spot_img

ଦେଶରେ ପୁଣି ବଢୁଛି କରୋନା ଆତଙ୍କ , ୨୪ ଘଂଟାରେ ୪୩,୦୮୨ ନୂଆ ଆକ୍ରାନ୍ତ, ୪୯୨ ଜଣ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢୁଛି ମହାମାରୀ କରୋନାର ଆତଙ୍କ । ଆଜି ଦେଶରେ ୯୩ ଲକ୍ଷକୁ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ୪୩ ହଜାର ୮୨ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ ପଜିଟିଭ୍ ୯୩ ଲକ୍ଷ ୯ ହଜାର ୭୮୮କୁ ବୃଦ୍ଧି ପାଇଛି ।
ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ମହାମାରୀରେ ମୃତ୍ୟୁବରଣ କରିଛନ୍ତି ଆଉ ୪୯୨ ଆକ୍ରାନ୍ତ । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୫ ହଜାର ୭୧୫ଛୁଇଁଛି । ଦେଶରେ ମୃତ୍ୟୁହାର ରହିଛି ୧.୪୬% ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular