ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ କାରଣରୁ ୨୦୨୦ରେ ଶେଷ ସୁଯୋଗ ହରାଇଥିବା କେନ୍ଦ୍ରୀୟ ଲୋକସେବା ଆୟୋଗର ସିଭିଲ ସର୍ଭିସ ପରୀକ୍ଷାର୍ଥୀମାନଙ୍କୁ ଆଉ ଅତିରିକ୍ତ ସୁଯୋଗ ପ୍ରଦାନ କରାଯିବ ନାହିଁ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି। ଏ ସମ୍ପର୍କରେ ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଉପସ୍ଥାପନ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୨୫, ୨୦୨୧ରେ ହେବ। ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଏକ କଣ୍ଡପୀଠ, କୋଭିଡ-୧୯ ମହାମାରୀ କାରଣରୁ ଅକ୍ଟୋବର ୨୦୨୦ରେ ହୋଇଥିବା ସିଭିଲ ସର୍ଭିସର ପ୍ରାଥମିକ ପରୀକ୍ଷାରେ ଶେଷ ପ୍ରୟାସରୁ ବଞ୍ଚିତ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ୟୁପିଏସସି ପରୀକ୍ଷାରେ ଅତିରିକ୍ତ ପ୍ରୟାସ କରିବାକୁ ନିବେଦନ ଶୁଣାଣି କରିଥିଲା। ଏ ସଂପର୍କରେ ଜାନୁଆରି ୨୫ରେ ଏକ ସତ୍ୟପାଠ ଦାଖଲ କରିବାକୁ ଅତିରିକ୍ତ-ସଲିସିଟର ଜେନେରାଲ ଏସ.ଭି ରାଜୁଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0