spot_img

ଓମିକ୍ରନ ଆତଙ୍କକୁ ନେଇ ଜରୁରୀ ବୈଠକ

କରୋନା ଭୁତାଣୁର ନୂଆ ପ୍ରଜାତି ଓମିକ୍ରନ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ଇତି ମଧ୍ୟରେ ସମଗ୍ର ବିଶ୍ବର ୩୦ ଟି ଦେଶରେ ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇସାରିଲାଣି । ଭୁତାଣୁର ନୂଆ ପ୍ରଜାତି ଓମିକ୍ରନର ଆତଙ୍କ ସାରା ବିଶ୍ବରେ ବଢିଚାଲିଥିବାବେଳେ ଭାରତ ସରକାର ସତର୍କ ହୋଇଉଠିଛନ୍ତି । ଗତ କାଲି ନୂଆ ଯାତ୍ରା କଟକଣା ଲଗାଇବା ପରେ ସ୍ଥିତିର ସମୀକ୍ଷା ପାଇଁ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ । ଏହି ବୈଠକରେ ଓମିକ୍ରନ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular