ମୁମ୍ବାଇ : ଚର୍ଚ୍ଚାରେ ବଲିଉଡ଼ ଅଭିନେତ୍ରୀ ଉର୍ବଶୀଙ୍କ ସୁନା ଡ୍ରେସ । ଉର୍ବଶୀ ଅମାତୋର ଫ୍ୟାଶନ ଫିଲ୍ମରେ ରାଣି କ୍ଲିଓପାଟ୍ରା ହୋଇଛନ୍ତି । ଏଥିପାଇର୍ ସେ ୫ମିଲିୟନ ଆମେରିକୀୟ ଡ଼ଲାର ସୁନା ଡ୍ରେସ ପିନ୍ଧିଛନ୍ତି । ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୩୭ କୋଟି ୩୪ ଲକ୍ଷରୁ ଉର୍ଦ୍ଧ ।

ନିକଟରେ ଉର୍ବଶୀ ନେହା କକ୍କରଙ୍କ ବିବାହରେ ୫୫ ଲକ୍ଷ ଟଙ୍କାର ଲେଙ୍ଗୋ ପିନ୍ଧି ଚର୍ଚ୍ଚାରେ ଆସିଥିଲେ । ଉର୍ବଶୀ ରୌତେଲା ନିଜ ଫ୍ୟାଶନ୍ ଏବଂ ଷ୍ଟାଇଲ ଦେଖାଇବାରେ କେବେ ପଛାନ୍ତି ନାହିଁ।

ଏହା ବ୍ୟତୀତ ସେ ଅର୍ବନ ଦ୍ବାରା ଫିଟେଷ୍ଟ ଓ୍ବିମେନ ଅପ ଦ ଇୟର ମଧ୍ୟ ମନୋନୀତ ହୋଇଥିଲେ। ଏବେ ତାଙ୍କୁ ବିଶ୍ବର ସବୁଠୁ ସୁନ୍ଦର ଏବଂ କାମୁକ ମହିଳା କ୍ଲିଓପାଟ୍ରା ହେବା ପାଇଁ ବଛା ଯାଇଛି। ସେ ୩୭କୋଟି ଟଙ୍କାର ଡ୍ରେସ୍ ପିନ୍ଧିଛନ୍ତି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0