ସୋସିଆଲ ମିଡିଆକୁ ପୁଣି ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏପରିକି ସେ ନିଜର ସୋସିଆଲ ମିଡିଆରେ ନିଜର କମ୍ପାନୀ ଲଞ୍ଚ୍ କରିବେ । ଏବେ ସେ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନାହାଁନ୍ତି । କାରଣ ଜାନୁଆରୀ ୬ ତାରିଖରେ କ୍ୟାପିଟଲ ବିଲ୍ଡିଂରେ ଘଟିଥିବା ହିଂସା ପଛରେ ତାଙ୍କୁ ଦାୟୀ କରାଯାଇ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ତାଙ୍କୁ ବ୍ଲାକଲିଷ୍ଟେଡ କରିଥିଲେ । ଏହାପରେ ଟ୍ରମ୍ପଙ୍କ ବିରୋଧରେ ଆମେରିକା ସିନେଟରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା । ସୋସିଆଲ ମିଡିଆକୁ ଟ୍ରମ୍ପ୍ ପୁଣିଥରେ ଫେରିବେ ବୋଲି ତାଙ୍କର ପୂର୍ବତନ ପରାମର୍ଶଦାତା କହିଛନ୍ତି । ପୂର୍ବତନ ପରାମର୍ଶଦାତା ମିଲର୍ କହିଛନ୍ତି ଯେ, ଟ୍ରମ୍ପ ୨ରୁ ୩ ମାସ ପରେ ସୋସିଆଲ ମିଡିଆରେ ପୁଣି ଆକ୍ଟିଭ୍ ହେବାକୁ ଯାଉଛନ୍ତି । ସେ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ତିଆରି କରିବେ । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ସାମ୍ନାକୁ ଆସିବା ପରେ ଏହା ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ । ଏଥିରେ କୋଟି କୋଟି ଲୋକ ସାମିଲ ହେବେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0