ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ବିଜେପି ଛାଡ଼ିପାରନ୍ତି। ଗୁରୁବାର ଉତ୍ପଳ ନିଜ ପାର୍ଟିକୁ ଚେତାବନୀ ଦେଇ କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ଦଳ ପାନାଜୀରୁ ଟିକେଟ୍ ନଦେଲେ ‘ବଡ଼ ନିଷ୍ପତ୍ତି’ ନେବାକୁ ପଡ଼ିବ। ଏହା ସହ ବିଜେପି ତାଙ୍କୁ ଏହି ସିଟ୍ରୁ ଟିକେଟ୍ ଦେବ ବୋଲି ସେ ଆଶା ପ୍ରକଟ ମଧ୍ୟ କରିଛନ୍ତି । ଉତ୍ପଳ ପାରିକର କହିଛନ୍ତି, ‘ମୁଁ ଦଳକୁ ପୂର୍ବରୁ କହିଦେଇଛି ମୁଁ ପାନାଜୀରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛି। ମୋତେ ବିଶ୍ବାସ ଅଛି ଯେ ପାର୍ଟି ମୋତେ ଟିକେଟ୍ ଦେବ।’ ଏହି ସିଟ୍ରୁ ପ୍ରତିନିଧିତ୍ବ କରୁଥିବା ଅତାନାସିୟୋ ମାନସେରେଟ୍ ଅନ୍ୟ ୯ ବିଧାୟକଙ୍କ ସମେତ ବିଜେପିରେ ସାମିଲ ହୋଇଛନ୍ତି। ସେ ୨୦୧୭ରେ କଂଗ୍ରେସ ଟିକେଟ୍ରୁ ନିର୍ବାଚନ ଜିତିଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0