ନୂଆଦିଲ୍ଲୀ : ଚଳିତ ମାସ ୧୬ରୁ ଆରମ୍ଭ ହେବ କରୋନ ଟିକା କରଣ । ଯାହା ପାଇଁ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ଆରମ୍ଭ କଲେଣି । କରୋନା ଭ୍ୟାକ୍ସିନ ଲାଗି ବଜେଟରେ ନୂଆ ସେସ୍ ଲାଗୁ ହୋଇପାରେ । ଏ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କୋଭିଡ ପରିଚାଳନା କୁ ନେଇ ସରକାର ବହୁ ଅର୍ଥ ଖର୍ଚ୍ଚ କରିସାରିଲେଣି । ଫଳରେ ରାଜକୋଷକୁ ଅଧିକ ପାଣ୍ଠିର ଆବଶ୍ୟକତା ରହିଛି । ଏହାସହ ଚୀନ ସହ ଚାଲିଥିବା ବିବାଦକୁ ନେଇ କେନ୍ଦ୍ର ପ୍ରତିରକ୍ଷା ବିଭାଗ ପାଇଁ ସରକାର ଅଧିକ ଅର୍ଥ ବିନିଯୋଗ କରୁଥିବା ଦେଖିବାକୁ ମିଳିଛି । ଏ ସବୁ ଖର୍ଚ୍ଚକୁ ଭରଣା କରିବାକୁ ଫେବୃଆରୀ ମାସରେ ଆସିବାକୁ ଥିବା ବଜେଟରେ କେନ୍ଦ୍ର ସରକାର ‘ଭ୍ୟାକ୍ସିନ୍ ସେସ୍’ ଲାଗୁ କରାଇବା ନେଇ ଘୋଷଣା କରିପାରନ୍ତି ।
ବିଭିନ୍ନ ଚ୍ୟାଲେଞ୍ଜ ସତ୍ତେ୍ୱ ବଜାର ଟ୍ରାକ୍ କୁ ଫେରିଛି । ଏଭଳି ସ୍ଥଳେ ଆଗାମୀ ବଜେଟରେ ଭିତ୍ତିଭୂମି ଓ ନିଯୁକ୍ତି ସୃଷ୍ଟି କରୁଥିବା କ୍ଷେତ୍ର ଗୁଡିକୁ ସରକାର ଗୁରୁତ୍ୱ ଦେଇପାରନ୍ତି । ଅନ୍ୟପଟେ ଭ୍ୟାକ୍ସିନ ଦେବାକୁ ସରକାରଙ୍କୁ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ଆକଳନ କରାଯାଉଛି । ଏହା ମଧ୍ୟରୁ ପ୍ରଥମ ପର୍ୟ୍ୟାୟରେ ୨୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ଯାହାକୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡରୁ ପ୍ରଦାନ କରାଯିବ ବୋଲି କୁହାଯାଇଛି ।
ରାଜସ୍ୱ ହ୍ରାସକୁ ଭରଣା କରିବାକୁ ଟିକସ୍ କିମ୍ବା ସେସ୍ ଲାଗୁ କରିବାକୁ ଲକଡାଉନ ସମୟରେ ଟିକସ ଅଧିକାରୀ ମାନେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ଟିକସ ବା ସେସ୍ ଲାଗୁ କରିବାକୁ ଏହା ପ୍ରକୃଷ୍ଟ ସମୟ ନୁହେଁ ବୋଲି କହି ଅର୍ଥ ମନ୍ତ୍ରଣାଳୟ ଏହାକୁ ଟାଳି ଦେଇଥିଲେ । ହେଲେ ସେହି ସମୟରେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ୍ ବଢାଇ ଦେଇଥିଲେ । ଏହି ସମୟରେ ରାଜ୍ୟ ସରକାରମାନେ ମଧ୍ୟ ମଦ ଉପରେ ଟିକସ ବଢାଇଥିଲେ ।
ଏଭଳି ସମୟରେ ଦେଶର କିଛି ସରକାରୀ ଅଧିକାରୀ ଏବଂ ଟିକସ ପରାମର୍ଶଦାତା ମାନେ ଭ୍ୟାକ୍ସିନ ନାମରେ ସ୍ପଳ୍ପ ପରିମାଣର ଟିକସ ଲାଗୁ କରାଇବା ନେଇ ଅର୍ଥମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0