spot_img

ଭିମସାରରେ ପୁଣି ୭ ଡ଼ାକ୍ତର କରୋନା ପଜିଟିଭ

ସମ୍ବଲପୁର: ବୁର୍ଲା ଭିମସାରରେ ପୁଣି ୭ ଡ଼ାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛି । ଏଥିସହ ଜଣେ ନର୍ସ ଓ ଜଣେ ଆଟେଣ୍ଡଣ୍ଟ ବି କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଭିମସାର ନିର୍ଦ୍ଦେଶକ । ଏମାନଙ୍କ ମଧ୍ୟରେ ସର୍ଜରି ବିଭାଗର ଜଣେ ,ହୃଦ ରୋଗ ବିଭାଗର ଜଣେ, ମେଡ଼ିସିନ ବିଭାଗର ୩ଜଣ ପିଜି ଡ଼ାକ୍ତର ଥିବା ସମୟରେ ୨ଜଣ ହାଉସ ସର୍ଜନ ଡ଼ାକ୍ତର ରହିଛନ୍ତି ।

ଭିମସାରରେ ପୂର୍ବରୁ ୧୨ ଡ଼ାକ୍ତର କରୋନା ପଜିଟିଭ ହୋଇଥିଲେ । ଯାହାଫଳରେ ମେଡ଼ିସିନ ଓ.ପି.ଡି ଏବେ ବି ବନ୍ଦ ରହିଛି । ଗତକିଛି ଦିନ ହେଲା ଭୀମସାରେ ଡ଼ାକ୍ତର କରୋନା ଆକ୍ରାନ୍ତ ହେଉଛନ୍ତି । ଯାହାକି ଏବେ ମୁଣ୍ଡ ବିନ୍ଧାର କାରଣ ପାଲୋଟିଛି । ପଶ୍ମିମ ଓଡ଼ିଶା ତଥା ସମ୍ବଲପୁରର ସ୍ୱାସ୍ଥ୍ୟସେବା ଯୋଗାଇବାରେ ଭୀମସାର ଅଗ୍ରଣୀ ଭୂମିକ ଗ୍ରହଣ କରିଥାଏ । ଯଦି ମେଡ଼ିକାଲରୁ ଏତେ ସଂଖ୍ୟକ ଡ଼ାକ୍ତର ଓ ନର୍ସ କରୋନା ପଜିଟିଭ ବାହାରିବେ । ତେବେ ଏହା ଜିଲ୍ଳା ଓ ଆଖପାଖ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉପରେ ପ୍ରଭାବ ପକାଇପାରେ । ତେବେ ଏସବକୁ ଦୃଷ୍ଟିରେ ରଖି ପ୍ରଶାସ ପକ୍ଷରୁ ଟେଲି ମେଡ଼ିସିନ ସେବା ଆରମ୍ବ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular