କେନ୍ଦ୍ରାପଡ଼ା: ମହାମାରୀ କରୋନା ପାଇଁ ବନ୍ଦ ରହିଥିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ତେବେ ବର୍ତ୍ତମାନ ସମୟରେ ପର୍ଯ୍ୟଟକମାନଙ୍କ ପାଇଁ ମିଳିଛି ଖୁସି ଖବର । ଆସନ୍ତା ଅକ୍ଟୋବର ୧ରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ହେବାପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କରିଥିଲେ । କରୋନା କଟକଣା ଅନୁସାରେ ପର୍ଯ୍ୟଟକ ମାନେ ଦିନରେ ଉଦ୍ୟାନ ଉପରେ ବୁଲି ପାରିବେ ନାହିଁ । କରୋନା ନିୟମାବଳୀ ଅନୁଯାୟୀ, ଯେଉଁମାନେ ରାତ୍ରୀ ଯାପନ କରିବେ ସେମାନଙ୍କୁ ପୂର୍ବରୁ ରୁମ ବୁକିଂ କରିବାକୁ ପଡ଼ିବ । ଏବଂ ସେହିମାନଙ୍କୁ ପରିଭ୍ରମଣର ସୁଯୋଗ ମିଳିବ । ଡ଼ାଙ୍ଗମାଳରେ ଥିବା ୧୬ଟି କଟେଜରେ ପର୍ଯ୍ୟଟକମାନଙ୍କର ରହିବାର ସୁଯୋଗ ଦିଆଯିବ ବୋଲି ସୂଚନା ମିଳିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0