ୱାସିଂଟନ୍: ଭାରତ ଓ ଚୀନ୍ ସଂଘର୍ଷର ଶାନ୍ତିପୂର୍ଣର୍ ସମାଧାନ ପାଇଁ ଏବଂ ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ଶାନ୍ତି ରକ୍ଷା ପାଇଁ ଯାହା ସମ୍ଭବ ସବୁ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଆଗ୍ରହୀ ବୋଲି ତାଙ୍କର ଜଣେ ମୁଖପାତ୍ର କହିଛନ୍ତି।
କିନ୍ତୁ, ଦୁଇ ଦେଶ ମଧ୍ୟରେ ସଂଘର୍ଷ ହେବା ଦିନଠାରୁ ବିଗତ କିଛି ସପ୍ତାହ ହେବ ଟ୍ରମ୍ପ୍ ପ୍ରଶାସନ ଚୀନ୍ ବିରୋଧରେ ଭାରତକୁ ସମର୍ଥନ କରିବାକୁ ଆଗଭର ହୋଇଥିଲା।
ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ କେଲିଗ୍ ମ୍ୟାକ୍ଇନାନି ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଟମ୍ପ୍ କହିଛନ୍ତି- ମୁଁ ଭାରତ ଓ ଚୀନ୍ ଲୋକମାନଙ୍କୁ ଶ୍ରଦ୍ଧା କରେ। ସେ ଲୋକମାନଙ୍କ ଶାନ୍ତି ରକ୍ଷା ପାଇଁ ଯାହା କିଛି ସମ୍ଭବ ସବୁ କରିବାକୁ ମୁଁ ଆଗ୍ରହୀ।
ଭାରତ ପାଇଁ ଟ୍ରମ୍ପ୍ଙ୍କ ବାର୍ତ୍ତା କ’ଣ ବୋଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଏଭଳି କହିଛନ୍ତି। ଗତକାଲି ସକାଳେ ହ୍ବାଇଟ୍ ହାଉସ୍ ଆର୍ଥିକ ଉପଦେଷ୍ଟା ଲେରି କୁଡ୍ଲୋ ଭାରତକୁ ଉତ୍ତମ ବନ୍ଧୁ ଭାବେ ବର୍ଣ୍ଣନା କରି କହିଥିଲେ ଯେ, ରାଷ୍ଟ୍ରପତି ଟ୍ରମ୍ପ୍ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରମ ବନ୍ଧୁ।
ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ମହାନ ବନ୍ଧୁ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0