ଦିଲ୍ଲୀ: ଆଜି ସକାଳେ ଦିଲ୍ଲୀର କିଛି ଅଂଶରେ ହାଲୁକା ବର୍ଷା ହୋଇଥିଲା । ଇଣ୍ଡିଆନ ମେଟ୍ରେଲୋଜିକାଲ ଡ଼ିପାର୍ଟମେଂଟଣ୍ଟ କହିଛି ଯେ, ବଜ୍ରପାତ ଏବଂ ହାଲୁକା ବର୍ଷା ଦକ୍ଷିଣ,ଉତର,କେନ୍ଦ୍ରୀୟ.ପୁର୍ବ,ଉତର ପୂର୍ବ ଏବଂ ଦକ୍ଷିଣ ପୁର୍ବ ଦିଲ୍ଲୀ ରେ ଅନୁଭୁତ ହୋଇଛି । ବର୍ଷା ଯୋଗୁଁ ସୋମବାର ସୁଦ୍ଧା ପବନର ଦିଗ ଉତର-ପଶ୍ଚିମ ଦିଗକୁ ବଦଳିବା ସମ୍ବାବନା ରହିଛି । ଏହା ସହ ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ନୁଆଦିଲ୍ଲୀ ଏବଂ ଏହାର ପୋଡ଼ଶୀ ଅଂଚଳରେ ମଧ୍ୟ ହାଲୁକା ବୃଷ୍ଟିପାତ ରେକର୍ଡ଼ କରାଯାଇଛି । ବର୍ଷା ହେତୁ ବାୟୁର ଆଦ୍ରତା ଯୋଗୁଁ ଆସନ୍ତା ଦୁଇ –ତିନି ଦିନ ମଧ୍ୟରେ ରାଜଧାନୀରେ କୁହୁଡି ହେବାର ସମ୍ଭାବନା ରହିଛ ବୋଲି ଅଧିକାରୀ କହିଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0