ଭୁବନେଶ୍ୱର: ଆଜି ଅପରାହ୍ନରେ ଓଡ଼ିଶାରେ ପହଞ୍ଚିବ କରୋନା ଭ୍ୟାକ୍ସିନ କୋଭିସିଲ୍ଡ। ଏଥିନିମନ୍ତେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି କହିଲେ BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଦୀର୍ଘ ମାସ ଧରି କରୋନାରେ କଲବଲ ହେବା ପରେ ଏହା ଉପରେ ସମ୍ପୂର୍ଣ୍ଣ ରାଜ୍ୟବାସୀଙ୍କ ନଜର ରହିଛି। ହେଲେ ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।ଏନେଇ BMC କମିଶନର କହିଛନ୍ତି, ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀଙ୍କ ଲିଷ୍ଟ୍ ଦିଆଯାଇଛି। ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଓପନ ଅଛି । ଏହାବ୍ୟତୀତ ଯେଉଁ ସ୍ୱାସ୍ଥ୍ୟ କର୍ମ ଏ ପର୍ଯ୍ୟନ୍ତ ରେଜିଷ୍ଟ୍ରେଶନ କରି ନାହାନ୍ତି ସେମାନଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟ୍ରେଶନ କରାଇ ନେବାକୁ କୁହାଯାଉଛି। ରାଜଧାନୀର କ୍ୟାପିଟାଲ ହସ୍ପିଟାଲକୁ ମିଶାଇ ୨୭ଟି ସରକାରୀ ଓ ୧୮ଟି ଘରୋଇ ହସ୍ପିଟାଲରେ ଟିକାକରଣ ସେଣ୍ଟର ହେବ ।
ଏହାପରେ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରର ୫ଟି ସ୍ଥାନ କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୪ ସରକାରୀ ହସ୍ପିଟାଲ, ବିଏମ୍ସି ହସ୍ପିଟାଲ, ସମ୍ ଓ କିମ୍ସ ହସ୍ପିଟାଲରେ ଭ୍ୟାକ୍ସିନ ଲଞ୍ଚ୍ କରାଯିବ ବୋଲି କହିଛନ୍ତି କମିଶନର।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0