spot_img

ବେରୋଜଗାରୀକୁ ନେଇ ମୋଦି ସରକାରଙ୍କୁ କରିବୁ ପ୍ରଶ୍ନ : ହାର୍ଦ୍ଧିକ ପଟେଲ

କଂଗ୍ରେସ ନେତା ହାର୍ଦ୍ଧିକ ପଟେଲ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି | ଦେଶରେ ବଢୁଥିବା ବେରୋଜଗାରୀକୁ ନେଇ ମୋଦି ସରକାରଙ୍କୁ ଆକ୍ଷେପ କରୁଛନ୍ତି ହାର୍ଦ୍ଧିକ ପଟେଲ | ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଆମେ ଲୋକଙ୍କୁ ସାହାଯ୍ୟ କରିଛୁ | ଦେଶକୁ ମଜବୁତ କରିବା ପାଇଁ ଆମେ ଲଢେଇ କରିଛୁ | ସରକାର ଦେଶର ସମସ୍ତ ଜନତାଙ୍କ ସହ କଥା ହେବାର ଆବଶ୍ୟକତା ରହିଛି | ସେ ଯେକୌଣସି ଜାତି କିମ୍ବା ଧର୍ମର ହେଉ ଥାଉ ନା କାହିଁକି | ହାର୍ଦ୍ଧିକ ପଟେଲ କହିଛନ୍ତି ଯେ ସମ୍ବିତ ପାତ୍ରଙ୍କ କଥା କେବଳ ହିନ୍ଦୁ ମୁସଲିମ ଓ ଭାରତ ପାକିସ୍ତାନ ମଧ୍ୟରେ ସୀମିତ ରହିଛି | କେନ୍ଦ୍ର ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ତାହା କିଛି ବି ବାସ୍ତବରେ ପରିଣତ ହେଲା ନାହିଁ | ଦେଶରେ ବେରୋଜଗାରୀ ବଢିଛି କିନ୍ତୁ ଏହା ଉପରେ କେନ୍ଦ୍ର ସରକାର କୌଣସି ମତ ରଖୁନାହାନ୍ତି | ଆମେ ଏହାକୁ ନେଇ ନିଶ୍ଚିତ ରୂପେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ବାର ପ୍ରଶ୍ନ କରିବୁ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular