ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଶୀତ। ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରାୟ ସବୁ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୨ରୁ ୧୪ ଡିଗ୍ରୀ ମଧ୍ୟରେ ରହୁଛି । ହେଲେ ଉପକୂଳ ଓଡିଶାରେ ସର୍ବନିମ୍ନ ତାପମାତ୍ରା ୧୬ରୁ ୧୯ ଡିଗ୍ରୀ । ଆସନ୍ତା ୫ ଦିନ ପାଇଁ ଓଡିଶାର ସମସ୍ତ ଜିଲ୍ଲାର ପାଗ ଶୁଖିଲା ରହିବ । କଳାହାଣ୍ଡି, କନ୍ଧମାଳ, ରାୟଗଡା, ବୌଦ୍ଧ, ସୋନପୁର, କୋରାପୁଟ, ନବରଙ୍ଗପୁର ରେ ମଧ୍ୟମ ଧରଣର କୁହୁଡି ହେବା ସମ୍ଭାବନା ରହିଛି । ଯାହା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।



Visitors Today : 1
Total Visitors : 130176
Total Views : 9891623
Visitors Online Now : 1