ଜେଇଇ-ନିଟ୍ ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଗଲେ ବିରୋଧୀ ଶାସିତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀ। ଜେଇଇ-ନିଟ୍ ପରୀକ୍ଷା କରାଇବା ଲାଗି ସୁପ୍ରିମ୍ କୋର୍ଟଙ୍କ ଆଦେଶ ବିରୋଧରେ ଆଜି ଛଅଟି ରାଜ୍ୟ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାଏର କରିଛନ୍ତି । ଏହି ୬ଟି ରାଜ୍ୟ ହେଲା ପଶ୍ଚିମବଙ୍ଗ, ଝାରଖଣ୍ଡ, ରାଜସ୍ଥାନ, ଛତିଶଗଡ଼, ପଞ୍ଜାବ ଏବଂ ମହାରାଷ୍ଟ୍ରର । ସେପ୍ଟେମ୍ବରରେ ଜେଇଇ-ନିଟ୍ ପରୀକ୍ଷା କରିବା ନେଇ ଅଗଷ୍ଟ ୧୭ରେ ଦେଇଥିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପୁଣି ଥରେ ସମୀକ୍ଷା ପାଇଁ ଯାଚିକା ଆବେଦନ କରିଛନ୍ତି ଏହି ୬ ରାଜ୍ୟର ମୁଖ୍ୟମନ୍ତ୍ରୀ । କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଶାସିତ ତଥା କଂଗ୍ରେସ ସମର୍ଥିତ ରାଜ୍ୟମାନଙ୍କ ଦ୍ୱାରା ଏହି ଯାଚିକା ଆବେଦନ କରାଯାଇଛି । ତେବେ ଏହି ବୈଠକରେ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବଘେଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣସାମୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0