ବଡବିଲ: ଗତକାଲି ମଧ୍ୟାହ୍ନ ୧୨.୫୦ ରେ ବଡ଼ବିଲ ରେଳ ଷ୍ଟେସନ୍ ରେ ଆସି ଲାଗିଥିଲା ହାୱଡା – ବଡ଼ବିଲ ଜନଶତାବ୍ଦୀ ଏକ୍ସପ୍ରେସ। ଏହି ଗାଡିରୁ ଅନେକ ଯାତ୍ରୀ ଓହ୍ଲାଇଲେ ଓ ଚଢିଲେ ମଧ୍ୟ। ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ରାଜ୍ୟ ସରକାରଙ୍କ ଦ୍ଵାରା ୧୪ ଦିନର କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଥିବା ସତ୍ବେ ଷ୍ଟେସନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯାତ୍ରୀ ମାନଙ୍କ ଯାଞ୍ଚ୍ ପାଇଁ କୌଣସି ବ୍ୟବସ୍ଥା ହୋଇ ନ ଥିଲା କି କୌଣସି ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତି ଦେଖା ଦେଇ ନ ଥିଲା।
ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ବିନା ବାଧାରେ ଅଟୋରିକ୍ସାରେ ବସି ନିଜ ନିଜ ଗନ୍ତବ୍ୟକୁ ଯାଇଥିଲେ। ସଂପୃକ୍ତ ଅଟୋରିକ୍ସା ମଧ୍ୟ କ୍ଷମତା ଠାରୁ ଢେର୍ ଅଧିକ ଯାତ୍ରୀଙ୍କୁ ବସାଇ ନିଜର ବ୍ୟବସାୟ କରୁଥିଲା। ନା ଥିଲା ସାମାଜିକ ଦୁରତ୍ଵ ନା ପ୍ରଶାସନର ଭୟ। ଏହିଠାରେ ପ୍ରଶ୍ନ ଉଠେ ଯଦି ଏହି ପଶ୍ଚିମବଙ୍ଗ ଫେରନ୍ତାଙ୍କ ଭିତରେ କେହି ସଂକ୍ରମିତ ଥାଆନ୍ତି ଓ ତାଙ୍କ ଯୋଗୁ ଆହୁରି ଲୋକ ସଂକ୍ରମିତ ହୁଅନ୍ତି ତେବେ ସେଥିପାଇଁ ଦାୟୀ କିଏ ହେବ? ସ୍ଥାନୀୟ ପ୍ରଶାସନ ଦ୍ଵାରା ସମସ୍ତ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରି ତାଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ କରାଯାଉ ଓ ଷ୍ଟେସନରେ ଯାତ୍ରୀମାନଙ୍କ ଚିହ୍ନଟ ଓ ଯାଞ୍ଚ୍ ର ବ୍ୟବସ୍ଥା କରାଯାଇ ସମସ୍ତଙ୍କୁ କୋଭିଡ୍ ନିୟମ ପାଳନ କରିବାକୁ ବାଧ୍ୟ କରାଯାଉ ବୋଲି ଜନ ସାଧାରଣରେ ଦାବି ହେଉଛି । ନ ହେଲେ ଆଗକୁ ପରିସ୍ଥିତି ଆହୁରି ସାଙ୍ଘାତିକ ହେଲେ ପ୍ରଶାସନ ହିଁ ଉତ୍ତରଦାୟୀ ରହିବେ ବୋଲି ଲୋକେ ପ୍ରତିକ୍ରିୟା ରଖିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0