ସୋସିଆଲ ମିଡ଼ିଆରେ ଗତ କିଛି ଦିନ ଧରି ଏକ ଭିଡ଼ିଓ ଭାଇରାଲ ହେଉଛି । ଏହି ଭିଡ଼ିଓରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦେଖିବାକୁ ମିଳିଛି । ଭିଡିଓଟିରେ ତିନୋଟି ୱିଣ୍ଡୋ ଅଛି । ମଝିରେ ଜିନପିଙ୍ଗ ଅଛନ୍ତି ଓ ଏକ ବଲିଉଡ଼୍ ଗୀତ ମଧ୍ୟ ବ୍ୟାକଗ୍ରାଉଣ୍ଡରେ ଚାଲିଛି । ଏହି ତିନି ଜଣ ଏହି ଗୀତରେ ଲିପସିଙ୍ଗ୍ କରୁଥିବାର ନଜର ଆସୁଛନ୍ତି । ଭିଡିଓଟିକୁ ଦେଖିବାରେ ଏହା ଏକ ଫେକ୍ ଭିଡ଼ିଓ ବୋଲି ଜଣାପଡୁଛି । କିନ୍ତୁ ଆଜି ଆମେ ଏହି ଭିଡ଼ିଓକୁ ବ୍ୟବହାର କରି ଫେକ୍ ନ୍ୟୁଜ୍ ଓ ମିଥ୍ୟା ଖବର ପ୍ରସାରଣ କିପରି କରାଯାଇଥାଏ, ତାହା କହିବୁ । ଏହାକୁ ‘ଡିପ୍ ଫେକ୍’ କୁହାଯାଏ । ଡିପ୍ ଫେକ୍ ସହ ଜଡ଼ିତ ‘ରିଫେସ୍ ଏଆଇ ଆପ୍’ ମଧ୍ୟ ଏବେ ଭାଇରାଲ ହେଉଛି । ବଲିଉଡ଼୍ ଅଭିନେତା ରଣଦୀପ ହୁଡ୍ଡା ଏହି ଆପ୍ ଜରିଆରେ ନିଜ ମୁହଁକୁ ଥର୍ ସହ ସେପ୍ କରିଥିଲେ । ଏହି ଆପ୍ ପ୍ରଥମେ ଆପଣଙ୍କ ଫଟୋର ଫେସିଆଲ ଫିଚର୍ସ ଆନାଲାଇଜ୍ କରି ସେଲିବ୍ରିଟି ଭିଡ଼ିଓର ଫେସ୍ ସହ ସ୍ୱାପ୍ କାରି ଦେଇଥାଏ ।
ଆମେ ଆଜି ଆପଣଙ୍କୁ ଡିପ୍ ଫେକକୁ କିପରି ବ୍ୟବହାର କରାଯାଇଥାଏ ଓ ସେଥିରେ ବ୍ୟବହୃତ ଟେକ୍ନୋଲୋଜି ବିଷୟରେ ଜଣେଇବୁ । ଆମେରିକାର କମ୍ପ୍ୟୁଟର ସାଇଣ୍ଟିଷ୍ଟ ଓ ପିନସ୍କ୍ରିନର ଫାଉଣ୍ଟର ଓ ସିଇଓ ହାଓ ଲି ନିକଟରେ ‘ଡିପ୍ ଫେକ’ ସମ୍ପର୍କରେ ଆଲୋଚନା କରିଛନ୍ତି । ହାଓ ଲି ‘ଫ୍ୟୁରିଅସ୍ ସେଭେନ’ ଓ ‘ଦି ହବିଟ୍’ ସହ ଅନେକ ହଲିଉଡ଼୍ ଫିଲ୍ମରେ ଭିଜୁଆଲ ଇଫେକ୍ଟ ପାଇଁ ଫେଶିଆଲ ଟ୍ରାକିଙ୍ଗ୍ ଓ ହେୟାର ଡିଜିଟାଇଜେସନ୍ କାମ କରିଛନ୍ତି । ଡିପ୍ ଫେକ୍ ଟେକ୍ନୋଲୋଜି ଜଗତରେ ନୂଆ ନୁହେଁ, କିନ୍ତୁ ଏବେ ଏହା ଖୁବ୍ ଶୀଘ୍ର ଲୋକପ୍ରିୟ ହେବାରେ ଲାଗିଛି । ସୋସିଆଲ ମିଡ଼ିଆରେ ଡିପ୍ ଫେକ୍ କଣ୍ଟେଷ୍ଟ୍ ମଧ୍ୟ ଜୋରସୋରରେ ଚାଲିଛି ।

ସୋସିଆଲ ମିଡ଼ିଆ ଓ ଇଣ୍ଟରନେଟ ଜଗତ ଏହା ଉପରେ ପ୍ରତିବନ୍ଧକ ଲଗାଇବା ବିଷୟରେ ନ ଭାବିଲେ ଏହା ଉପରେ ଅଙ୍କୁଶ ଲଗାଇବା କାଠିକର ପାଠ ହୋଇଯିବ । ଏହା ସାହାଯ୍ୟରେ ନକଲିକୁ ଅସଲି ଭାବିବାକୁ ବାଧ୍ୟ ହେବେ । ଏହି ଆପରେ ଯେକୌଣସି ଫଟୋ , ଅଡିଓ କିମ୍ବା ଭିଡ଼ିଓକୁ ବଦଳାଇ ସମ୍ପୂର୍ଣ୍ଣ ଅଲଗା ଭାବେ ତିଆରି କରାଯାଇପାରିବ । ‘ଡିପ୍ ଫେକ୍’ରେ ଥିବା ଡିପ୍ ଶବ୍ଦ ‘ଡିପ୍ ଲର୍ଣ୍ଣିଂରୁ ନିଆଯାଇଛି । ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଏକ ଅଂଶ । ଯେକୌଣସି ନେତା କିମ୍ବା ସେଲିବ୍ରିଟିଙ୍କ ସ୍ୱରକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ବଦଳା ଯାଇପାରିବ । ଫିଲ୍ମରେ ମଧ୍ୟ ଏହାକୁ ବ୍ୟବହାର କରାଯାଉଛି । ‘ଡିପ୍ ଫେକ୍’ ଭିଡ଼ିଓ କିମ୍ବା ଫଟୋ ତିଆରି କରିବାକୁ ମେସିନ୍ ଲର୍ଣ୍ଣିଂକୁ ବ୍ୟବହାର କରାଯାଇଥାଏ । ଏଥି ସହ ଅଟୋ ଏନକୋଡର ନାମରେ ଏକ ନ୍ୟୁରଲ ନେଟୱାର୍କ ଷ୍ଟ୍ରକଚର ବ୍ୟବହାର କରାଯାଇଥାଏ । ସୋସିଆଲ ମିଡ଼ିଆ, ଇନଷ୍ଟାଗ୍ରାମ୍, ଫେସବୁକ୍ ଠାରୁ ନେଇ ସବୁ ସ୍ମାର୍ଟ ଫୋନରେ ଯେଉଁ ସେଲଫି କ୍ୟାମେରାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେଷ୍ଟ ବ୍ୟୁଟିଫିକେସନ ଦେଖୁଛନ୍ତି, ତାହା ଏହି ଡିପ୍ ଫେକର ହିଁ ଉଦାହରଣ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0