ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦେଶର ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବା ପରେ ଓଡିଶାରେ ଖୋଲିବା ପାଇଁ ଦାବି କରିଛନ୍ତି। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କହିଛନ୍ତି ସ୍କୁଲ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି । ସାମଗ୍ରିକ ଭାବରେ ପରିସ୍ଥିତିକୁ ଦେଖି ନିଷ୍ପତି ନିଆଯିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ପଦକ୍ଷେପ ଗ୍ରହଣ କରିବେ ।
ଅନ୍ୟପଟେ ସ୍ଥିତି ଦେଖି ନିଷ୍ପତି ନେବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ ଅନୁସାରେ ସ୍କୁଲ ଖୋଲିବାକୁ ରାଜ୍ୟମାନଙ୍କ କୁହାଯାଇଛି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ୨ମାସ ଭିତରେ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୋଭିଡ୍ ଗାଇଡଲାଇନକୁ ପାଳନ କରି କିଭଳି ପାଠପଢ଼ା ଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ କହିଛନ୍ତି ହାଇକୋର୍ଟ । ଦୀର୍ଘ ଦିନ ହେବ ପାଠପଢ଼ା ବନ୍ଦ ଯୋଗୁଁ ପିଲାଙ୍କ ମାନସିକ ଅବସ୍ଥା ବିଗୁଡିଥିବା ଓ ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି ଦର୍ଶାଇ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ । ମହାରାଷ୍ଟ୍ର ୨୪ ଜାନୁଆରୀରୁ ସ୍କୁଲ ଖୋଲିଛି । ଦିଲ୍ଲୀରେ ମଧ୍ୟ ସଂକ୍ରମଣ କମିବା ପରେ ସ୍କୁଲ ଖୋଲିଛି । ସେହିପରି ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା , ତ୍ରିପୁରାରେ ଫେବ୍ରୁଆରୀ ପହିଲାରୁ ସିଧାସଳଖ ପାଠପଢ଼ା ଆରମ୍ଭ ହୋଇଛି । ହେଲେ , ଏପର୍ୟ୍ୟନ୍ତ ଓଡିଶାରେ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର କୌଣସି ନିଷ୍ପତି ନେଇନାହାଁନ୍ତି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0