ମୟୁରଭଞ୍ଜ : ବନ୍ୟପ୍ରାଣୀ ସପ୍ତାହ ପାଳନ ଏବଂ ସଚେତନତାର ବାର୍ତ୍ତା ବାଣ୍ଟିଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳନ ହେଉଅଛି । ଗତ ୨ ତାରିଖଠାରୁ ଆରମ୍ଭ ହୋଇ ଏହା ୮ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ବନ୍ୟପ୍ରାଣୀ ସପ୍ତାହ ପାଳନ ହେଉଛି । ଏହି ଅବସରରେ ରେଞ୍ଜର ବିଭିନ୍ନ ସ୍ଥାନରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ଗୋଡ଼ଭୋଙ୍ଗା ଓ ମହୁଲଗୋଠ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଦୁଇ ଗ୍ରାମର ଜଙ୍ଗଲ ସୁରକ୍ଷା କମିଟି ଦ୍ୱାରା ଗ୍ରାମ ଗୁଡ଼ିକରେ ଜଙ୍ଗଲ ରକ୍ଷା ସହ ଜନ୍ତୁ ସୁରକ୍ଷା ନେଇ ସଚେତନତାର ସ୍ଲୋଗାନ ଦିଅଯାଇ ବିଭିନ୍ନ ସଚେତନତାର ବାର୍ତ୍ତା ଥିବା ପ୍ଲା କାର୍ଡ ଧରି ପଦଯାତ୍ରା କରାଯାଇଥିଲା । ସଚେତନତା ପଦଯାତ୍ରା ପରେ ଏହି ଦୁଇ ଗ୍ରାମରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସଭାରେ ସାତକୋଶିଆ ରେଞ୍ଜ ଅଧିକାରୀ ପିତାମ୍ବର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନ୍ୟ ଜନ୍ତୁମାନଙ୍କର ସୁରକ୍ଷା ସହ ଲୋପ ପାଇ ଯାଉଥିବା ବିଭିନ୍ନ ପ୍ରକାରର ପକ୍ଷୀ ଓ ଜନ୍ତୁମାନଙ୍କୁ ସୁରକ୍ଷିତ ରଖିବା ସହ ଜଙ୍ଗଲକୁ ଲୋକମାନେ କିପରି ସୁରକ୍ଷା ଦେବେ ତାହା ପ୍ରକାଶ କରିଥିଲେ। ସମସ୍ତ ଜନସାଧାରଣ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଥିଲେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0