ଖଲ୍ଲିକୋଟ : ବିଭିନ୍ନ ପ୍ରକାର କଟକଣା ସତ୍ତ୍ୱେ ବି ଚାଲିଛି ଚୋରାକାରାବାର । ଛତ୍ରପୁର ପୋଲିସ କାର୍ ଭିତରୁ ବିପୁଳ ପରିମାଣର ମଦ ଜବତ କରିଛି ପୋଲିସ । ଏହାସହିତ ପ୍ରମୋଦ ଜାନୀ ଓ ମଳୟ ଜାନୀ ନାମକ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ।
ଖଲ୍ଲିକୋଟ ଅଞ୍ଚଳରେ ଗତ କିଛି ଦିନ ହେଲା ବ୍ୟାପକ ପରିମାଣର ଚୋରା ମଦ କାରବାର ଚାଲୁଛି । ଯାହାକୁ ନେଇ ପୋଲିସ ବିଭିନ୍ନ ସମୟରେ ଚଢାଉ କରୁଛି , ଏବଂ ବିପୁଳ ପରିମାଣର ମଦ ମଧ୍ୟ ଜବତ ହେଉଛି । ଏହିପ୍ରରିପେକ୍ଷୀରେ ଗତକାଲି ଛତ୍ରପୁର ନିକଟରେ ପୋଲିସ ଯାଞ୍ଚ କରୁଥିବା ସମୟରେ ଏମାନଙ୍କ ଗାଡ଼ିକୁ ଅଟକ ରଖିଯାଇଥିଲା । ପୋଲିସ ଗାଡିକୁ ଛାନ୍ଭିନ୍ କରିବା ବେଳେ ୧୫୦ଲିଟରର ଚୋରା ମଦ ଜବତ କରିଛି । ଏହା ସହିତ ୨ଜଣଙ୍କୁ ମଧ୍ୟ ଗିରଫ କରିଛି । ପୁଲିସି ଉଭୟଙ୍କୁ ଗିରଫ କରିବା ପରେ ଚୋରା ମଦ କରାବାରର ଚେର ଆଉ କୁଆଡେ ଲମ୍ବିଛି , ସେନେଇ ଅଧିକ ଯାଞ୍ଚ କରୁଛି ।



Visitors Today : 2
Total Visitors : 130183
Total Views : 9891634
Visitors Online Now : 0