ଭୁବନେଶ୍ବର : ସକାଳୁ ଆଉ ଥଣ୍ଡା ପବନ ବହୁ ନାହିଁ। କିଛି ଦିନ ତଳେ ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟବାସୀ ଥରୁଥିବା ବେଳେ ଗତକାଲିଠାରୁ ଶୀତ ପୂରାପୂରି ଉଭାନ ହୋଇଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୩ରୁ ୪ ଡିଗ୍ରି ପର୍ୟ୍ୟନ୍ତ ଅଧିକ ରହିଛି। ଆସନ୍ତା ୫ରୁ ୬ଦିନ ପର୍ୟ୍ୟନ୍ତ ଏମିତି ସ୍ଥିତି ଲାଗି ରହିବ। ବିଶେଷ ଥଣ୍ଡା ଅନୁଭୂତ ହେବ ନାହିଁ। ତେବେ ୬ ଦିନ ପରେ ପୁଣି ପାରଦ ତଳମୁହାଁ ହେବ ଓ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। କେନ୍ଦ୍ରର ସୂଚନା ମୁତାବକ, ସାଧାରଣତଃ ଏହି ସମୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ୟ୍ୟନ୍ତ କମ ରହିଥାଏ। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ତାପମାତ୍ରାରେ ପାଖାପାଖି ୮ ଡିଗ୍ରିର ଅନ୍ତର ଦେଖିବାକୁ ମିଳିଛି। ତେବେ ୬ ଦିନ ପରେ ଏହି ପବନ ବନ୍ଦ ହେବା ସହ ପୁଣି ଶୀତ ଆରମ୍ଭ ହୋଇପାରେ ବୋଲି ସେ କହିଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0