ସାରା ଓଡ଼ିଶାକୁ କବଳିତ କରିବ ଶୀତ । ଆସନ୍ତା ୪ ଦିନରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ । ଫଳରେ ରାଜ୍ୟରେ ଆସନ୍ତା ୩ରୁ ୪ ଦିନ ଭିତରେ ଶୀତ ଆରମ୍ଭ ହୋଇଯିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ପ୍ରଥମେ ଉତ୍ତର-ପଶ୍ଚିମ ଓଡ଼ିଶାରେ ପାରଦସ୍ତର ଖସିବ ଓ ଥଣ୍ଡା ପଡ଼ିବ । ଧୀରେଧୀରେ ଏହା ଉପକୂଳରୁ ଦକ୍ଷିଣ ଓଡ଼ିଶା ଯାଏ ବ୍ୟାପିବ। ଆସନ୍ତା ୨ ଦିନ ପର୍ୟ୍ୟନ୍ତ କୋରାପୁଟ ଓ ମାଲକାନଗିରି ଭଳି ଜିଲ୍ଲାଗୁଡ଼ିକରେ କେତେକ ଜିଲ୍ଲାରେ ବର୍ଷା ହୋଇପାରେ। ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0