ଭୁବନେଶ୍ବର : ରାଜ୍ୟରେ ଏବେ ଶୀତପ୍ରବାହ ଜାରି ରହିଛି। ୪ ତାରିଖ ପର୍ୟ୍ୟନ୍ତ ଏଥିରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ୫ ତାରିଖରୁ ତାପମାତ୍ରା ବୃଦ୍ଧି ପାଇବ ଓ ଶୀତ ଧୀରେ ଧୀରେ କମିବ। ରାଜ୍ୟର ତାପମାତ୍ରା ୩ ଡିଗ୍ରି ପର୍ୟ୍ୟନ୍ତ ବୃଦ୍ଧି ଘଟିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏପରି ସୂଚନା ଦିଆଯାଇଛି । କେନ୍ଦ୍ରର ସୂଚନାନୁଯାୟୀ, ଆସନ୍ତା ୩ ଦିନ ପର୍ୟ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିବ। ଫଳରେ ଏହିଭଳି ଶୀତ ଜାରି ରହିବ। ଏହି ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିବ। ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଛି। ଅନୁଗୁଳ, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି, ନୟାଗଡ଼ ଓ ବୌଦ୍ଧ ଆଦି ଜିଲ୍ଲାରେ ଆଜି ହାଲକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0