ନୂଆଦିଲ୍ଲୀ: ଦେଶର ପ୍ରଥମ ଚାଳକ ବିହିନ ମେଟ୍ରୋ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଟ୍ରେନ ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍ ଉପରେ ଜନକପୁରୀ ୱେବ ବଟାନିକାଲ ଗାର୍ଡେନ କରିଡରରେ ୩୭ କିଲୋମିଟର ପରିସରରେ ଦୈଡିବ । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଛାଳକ ବିହିନ ଟ୍ରେନ୍ ସମ୍ପୂର୍ଣ୍ଣ ଅଟୋମେଟିକ । ଏହାପରେ ୨୦୨୧ ରେ ପିଙ୍କ ଲାଇନରେ ୫୭ କିଲୋମିଟର ପର୍ଯ୍ୟନ୍ତ ଚାଳକ ବିହୀନ ମେଟ୍ରୋ ଚଳାଇବାର ଯୋଜନା ରହିଛି । ଏହାସହ ମୋଦି ଏୟାରପୋର୍ଟ ଏକ୍ସପ୍ରେସ୍ ଲାଇନରେ ନ୍ୟାଶନାଲ କମନ ମୋବିଲିଟି କାର୍ଡ ସେବାର ବି କରିଛନ୍ତି ଶୁଭାରମ୍ଭ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0