ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଅହଲ୍ୟା ବେହେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଜାତୀୟ ରାଜପଥ ୧୬ର ଜାରକା ଛକ ନିକଟରେ ଏକ ବାଇକରେ ସ୍ୱାମୀ-ସ୍ତ୍ରୀ ଭଦ୍ରକ ଅଭିମୁଖେ ଯାଉଥିଲେ । ଭଦ୍ରକରୁ ଭୁବନେଶ୍ୱର ଯାଉଥିଲେ ଦମ୍ପତ୍ତି । ଠିକ୍ ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ ବାଇକ୍କୁ ଓଭରଟେକ୍ କରିବା ବେଳେ ବାଇକ୍ର ହ୍ୟାଣ୍ଡେଲ୍ଟି ଟ୍ରକରେ ଲାଗିଯାଇଥିଲା । ଯାହାଫଳରେ କି ବାଇକ୍କୁ ଟାଣି ନେଇଯାଇଥିଲା ଟ୍ରକ । ଦୁର୍ଘଟଣାରେ ବାଇକ୍ ଆରୋହୀ ଆହତ ହୋଇଥିବା ବେଳେ ଗାଡିରେ ଥିବା ମହିଳାଜଣଙ୍କ ଚାପି ହୋଇଯାଇଥିଲେ । ଶେଷରେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇଁ ଧର୍ମଶାଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ ହୋଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0