spot_img

ଇଟାଭାଟି ଭିତରୁ ମହିଳାଙ୍କ ମୃତଦେହ ଠାବ

ପାଟଣା : ଇଟାଭାଟି ଭିତରୁ ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି । ମହିଳାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ଥାନା ବାଉଁଶନାଳୀ ଗ୍ରାମରେ ଥିବା ଏକ ଇଟା ଭାଟି ଭିତରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ତଦନ୍ତ ପରେ ଘଟଣା ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular