spot_img

ଝିଅ ଆଗରେ ପାଣିରେ ବୁଡ଼ିଗଲା ମା

ଆଠମଲ୍ଲିକ : ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଲିଲି ପ୍ରଧାନ । ଆଠମଲ୍ଲିକ ହଣ୍ଡପା ଥାନା ଅନ୍ତର୍ଗତ ଭୋଜିପାଠ ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଲିଲି ପ୍ରଧାନ ତାଙ୍କ ଝିଅ ସହିତ ପୋଖରୀକୁ ସ୍ନାନ କରିବାକୁ ଯାଇଥିଲେ । ଝିଅ ସ୍ନାନ ସାରି ଘରକୁ ଯିବା ସମୟରେ ଲିଲି ପ୍ରଧାନ ପୋଖରୀରେ ବୁଡି  ଯାଉଥିବାର ଦେଖିଥିଲେ । ଝିଅ ମାକୁ ଉଦ୍ଧାର କରିବା ପାଇଁ ଗାଁ ଲୋକଙ୍କ ଡାକିଥିଲେ। ଝିଅର ପାଟି ଗାଁ ଲୋକେ ପୋଖରୀରୁ ଲିଲିକୁ ଉଦ୍ଧାର କରିଥିଲେ ।

କିନ୍ତୁ ଗାଁରେ ଲିଲି ପ୍ରଧାନ ଚେତା ନଆସିବାରୁ ପରିବାର ଲୋକ ତାଙ୍କୁ ଆଠମଲ୍ଲିକ ମେଡିକାଲକୁ ଆଣିଥିଲେ । ଆଠମଲ୍ଲିକ  ମେଡିକାଲରେ ଡାକ୍ତର ତାଙ୍କର ମୃତ୍ୟୁ  ଘୋଷଣା  କରିଥିଲେ । ହଣ୍ଡପା ପୋଲିସ ଆସିଲେ ଲିଲି ପ୍ରଧାନଙ୍କ ଶବ ବ୍ୟବଛେଦ ହେବ ବୋଲି ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular