spot_img

ବାଇକରେ ଆସି ଝାମ୍ପିନେଲେ ସୁନାଚେନ୍

ଖଲ୍ଲିକୋଟ : ମହିଳାଙ୍କ ଠାରୁ ଝାମ୍ପି ନେଲେ ସୁନା ଚେନ । ଗଞ୍ଜାମ ଜିଲ୍ଲା ଛତ୍ରପୁର କୋର୍ଟ ଷ୍ଟେସନ ଗଳି ନିକଟରେ ଘଟିଛି ଘଟଣା । ଲୁଟ୍‌ର ଶିକାର ହୋଇଥିବା ମହିଳାଙ୍କ ନାମ ଆଶା ଦେବି ବୋଲି ଜଣାପଡିଛି ।

ଖବର ଅନୁଯାୟୀ. ଆଶା ଦେବୀ ନିଜ ସମ୍ପର୍କୀୟଙ୍କ ଘରକୁ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ  ଆସିଥିଲେ । ଆଜି ସକାଳୁ ସେ ଘର ନିକଟରେ ଥିବା ଠାକୁରାଣୀ ମନ୍ଦିର ଯାଇ ସେଠାରୁ ସମ୍ପକୀୟଙ୍କ ଘରକୁ ଫେରୁଥିଲେ । ଦୁଇ ଜଣ ଲୋକ ବାଇକ ଆସି ତାଙ୍କ ସମ୍ପକୀୟ ଘର ସମୁଖରୁ ମହିଳା ଜଣକ ବେକରେ ପିନ୍ଧିଥିବା ସୁନା ଚେନ ଏବଂ ଏକ ମାଳି ଝାମ୍ପି ନେଇଚନ୍ତି । ଘଟଣାସ୍ଥଳରୁ ଲୁଟେରା ଫେରାର ବାଇକରେ ଫେରାର ହୋଇଯାଇଛନ୍ତି । ଘଟଣାସଂପର୍କରେ ଖବର ପାଇ ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ ମଧ୍ୟ କରୁଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular