ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗରେ ଠିକା କର୍ମଚାରୀ ଭାବେ କାମ କରୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ବେକରେ ପିନ୍ଧାଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ୧୪ବର୍ଷ ହେଲା କରୁଥିବା ଚାକିରୀ ଗଲା । ଆର୍ଥିକ ଅନଟନରେ ପିଲାଛୁଆଙ୍କ ଭରଣ ପୋଷଣ ଚିନ୍ତା ଅସହ୍ୟ କଲା । ଆଉ ଶେଷରେ ଠିକା କର୍ମଚାରୀ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । ଢେଙ୍କାନାଳ ସହରର ମ୍ୟୁନିସିପାଲଟି ଅଫିସ ନିକଟସ୍ଥ ରେଭେନ୍ୟୁ କ୍ବାର୍ଟରରୁ ଏହି ଠିକା କର୍ମଚାରୀଙ୍କ ମୃତଦେହ ଟାଉନ ପୋଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗରେ ଠିକା ଚତୁର୍ଥ ଶ୍ରେଣୀ କର୍ମଚାରୀ ସୂର୍ଯ୍ୟକାନ୍ତ ସ୍ବାଇଁ ବୋଲି ଜଣାପଡିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0