spot_img

ବିଶ୍ୱ ଏଡ୍ସ ଦିବସ

ଆକ୍ୱାର୍ଡ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ୍‌ (ଏଡ୍ସ) ଏକ ରୋଗ ଯାହା ହ୍ୟୁମାନ୍‌ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍‌ (ଏଚ୍‌ଆଇଭି) ଯୋଗୁ ହୋଇଥାଏ । ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତିରକ୍ଷା ପ୍ରଣାଳୀ ନଷ୍ଟ ହୋଇଯାଏ । ଏହା ଫଳରେ ରୋଗ ସହ ଲଢ଼ିବାରେ ଶରୀରର କ୍ଷମତା ହ୍ରାସ ପାଏ । ପ୍ରତି ବର୍ଷ ଡିସେମ୍ବର ୧ ତାରିଖରେ ସମଗ୍ର ବିଶ୍ୱରେ ପାଳିତ ହୁଏ ଏଡ୍ସ ଦିବସ । ଏଚ୍‌ଆଇଭି ସଂକ୍ରମଣର ଶିକାର ବ୍ୟକ୍ତି ଏବଂ ଏଡ୍ସ ଯୋଗୁ ଜୀବନ ହରାଇଥିବା ଲୋକଙ୍କୁ ସମର୍ଥନ କରିବା ଏହି ଦିବସର ଉଦ୍ଦେଶ୍ୟ । ଚଳିତ ବର୍ଷ ବିଶ୍ୱ ଏଡ୍ସ ଦିବସର ବିଷୟ ରହିଛି ‘ଅସମାନତା ସମାପ୍ତ କର । ଏଡ୍ସ ସମାପ୍ତ କର’ । ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତିରକ୍ଷା ପ୍ରଣାଳୀ ନଷ୍ଟ ହୋଇଯାଏ । ଏହା ଫଳରେ ରୋଗ ସହ ଲଢ଼ିବାରେ ଶରୀରର କ୍ଷମତା ହ୍ରାସ ପାଏ । ଏଚ୍‌ଆଇଭି ସେବା ପାଇବାରେ ପଛରେ ରହିଯାଉଥିବା ଲୋକଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ମାର୍ଗରେ ବଢ଼ିଚାଲିଥିବା ଅସମାନତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ତା’ର ସହଭାଗୀମାନେ ଲୋକଲୋଚନକୁ ଆଣୁଛନ୍ତି । ୧୯୮୮ ମସିହାରେ ପ୍ରଥମେ ଏହି ଦିବସ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular