ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ କ୍ୟାପଟେନ ବିରାଟ କୋହଲି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମହମ୍ମଦ ଶାମିଙ୍କ ଉପରେ ହୋଇଥିବା ବିବାଦ ଉପରେ ବିରାଟ କହିଛନ୍ତି ଯେ ଆମର ଧ୍ୟାନ ସମ୍ପୂର୍ଣ୍ଣ ରୂପେ ମ୍ୟାଚ୍ ଉପରେ ଅଛି | ମହମ୍ମଦ ସାମୀଙ୍କ ଉପରେ ହୋଇଥିବା ଟାର୍ଗେଟକୁ ନେଇ ଅଧିନାୟକ ବିରାଟ କୋହଲି ବର୍ଷିଛନ୍ତି | ସେ କହିଛନ୍ତି ଯେ ବାହାରେ ହେଉଥିବା ଡ୍ରାମା ଉପରେ ଆମର ଧ୍ୟାନ ନାହିଁ | ଆମର ସମ୍ପୂର୍ଣ୍ଣ ଧ୍ୟାନ ବର୍ତ୍ତମାନ ଖେଳକୁ ନେଇ ଅଛି | ଧର୍ମକୁ ଆଧାର କରି କାହାକୁ ଆକ୍ଷେପ କରିବା ଉଚିତ ନୁହେଁ | ଏହା ଭୁଲ କଥା | ଆମ ଡ୍ରେସିଂ ରୁମରେ ଆମେ ମାହୋଲ ଠିକ କରି ରଖୁ ଓ ଆମ ଖେଳାଳିଙ୍କ ସହ ଆମେ ଅଛୁ | ମୁଁ କେବେ ବି ଏପରି ମନଭାଵ ରଖେ ନାହିଁ | ମହମ୍ମଦ ସାମୀଙ୍କ ଖେଳକୁ ନେଇ ଯାହାର ଯାହା ଭାବିବାର ଅଛି ଭାବ କିନ୍ତୁ ସେ ଜଣେ ଭଲ ଖେଳାଳି ଏକଥା ମୁଁ ଏବଂ ମୋର ଟିମ ଜାଣିଚି |



Visitors Today : 1
Total Visitors : 129939
Total Views : 9891293
Visitors Online Now : 0