ବହୁ ଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ଏବେବି ସନ୍ଦେହ ଘେରରେ । ତେବେ ବର୍ତ୍ତମାନ ସମୟରେ ଏହି ମାମଲାର ଏକ ନୁଆ ମୋଡ଼ ଆସିଛି । ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାକୁ ନେଇ ଯେଉଁ ସାଇକୋ ଲେଡ଼ିର ହାତ ଥିବା କଥା ଚର୍ଚ୍ଚା ହେଉଛି, ପରିଶେଷରେ ଆଜି ବାଲେଶ୍ୱରର ଏହି ରହସ୍ୟମୟୀ ଯୁବତୀ ଚିନ୍ମୟୀ ମହାପାତ୍ର ମୁହଁ ଖୋଲିଛନ୍ତି । ତାଙ୍କ କହିବା ଅନୁଯାୟୀ, ଆମ ଭିତରେ ଭଲ ଏବଂ ପବିତ୍ର ସଂପର୍କ ଥିଲା । ମୁଁ ତାଙ୍କୁ ଭଲ ପାଉଥିଲି ଏବଂ ବିବାହ ମଧ୍ୟ କରିଥାନ୍ତି । ବାପାଙ୍କ ମୃତ୍ୟୁ ପରେ ଘର ଲୋକ ପ୍ରସ୍ତୁତ ନଥିଲେ,ତେଣୁ ଆମେ ଅଲଗା ହୋଇଯାଇଥିଲୁ ।
ମତେ ସାଇକୋ ଲେଡ଼ି କାହିଁକି କୁହାଯାଉଛି ମୁଁ ଜାଣିନି । ମୋର ସେମିତି କିଛି ସମସ୍ୟା ନାହିଁ, ଯେଉଁଥିପାଇଁ ମୋତେ ସାଇକୋ ଲେଡ଼ି କୁହାଯିବ । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଅତୀତକୁ ନେଇ ଅଧିକ ଘଂଟାଚକଟା କରାନଯାଉ । ଏହି ମୃତ୍ୟୁ ମାମଲାରେ କାହାର ସଂପୃକ୍ତି ଅଛି ତାହା କେବଳ କ୍ରାଇମବ୍ରାଞ୍ଚ କହିପାରିବ ବୋଲି ଚିନ୍ମୟୀ କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0