ଆହ୍ଲାବାଦ: ଲୋଭ ମଣିଷକୁ କିଛି ବି କରାଇପାରେ । କିନ୍ତୁ ଲୋଭକୁ ପରିତ୍ୟାଗ କରି ସମାଜରେ ଉଦାହରଣ ପାଲଟିଛନ୍ତି ଜଣେ ବ୍ୟକ୍ତି । ଏହି ନିଆରା କାମ ପାଇଁ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସା କରାଯାଉଛି । ଜଣେ ବୃଦ୍ଧବ୍ୟକ୍ତିଙ୍କ ହଜିଯାଇଥିବା ଜମି ବିକା ଟଙ୍କା ଫେରାଇ ସେ ମହାନ କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ଚାରିଆଡୁ ଛୁଟିଛି ପ୍ରଶଂସାର ସୁଅ ।
ସୂଚନା ଅନୁସାରେ , ଯୁବକ ଜଣଙ୍କ ହେଉଛନ୍ତି ଆହ୍ଲାବାଦର ସାରିକ । ତାଙ୍କୁ ଆହ୍ଲାବାଦର ନାଜରେଥ ହସ୍ପିଟାଲ ପାଖରୁ ଏକ ବ୍ୟାଗ ମିଳିଥିଲା , ଯେଉଁଥିରେ ୩ଲକ୍ଷ ୬୦ ହଜାର ଟଙ୍କା ଥିଲା । ସାରିକ ଏହି ଟଙ୍କା ବ୍ୟାଗ ମାଲିକଙ୍କୁୁ ଫେରାଇବା ପାଇଁ ସାରା ଦିନ ଖୋଜିଥିଲେ ମଧ୍ୟ ନିରାଶ ହୋଇଥିଲେ । କିନ୍ତୁ ହଠାତ୍ ଅପରାହ୍ନରେ ଜଣେ ବୟସ୍କ ବ୍ୟକ୍ତି ବ୍ୟସ୍ତ ହୋଇ କିଛି ଖୋଜୁଥିବାର ସେ ଦେଖିଥିବା ପରେ ସାରିକ ତାଙ୍କୁ ଯାଇ କ’ଣ ହେଇଛି ପଚାରିଥିଲେ । ଯାହାପରେ ବୃଦ୍ଧ ଜଣକ ତାଙ୍କର ଟଙ୍କା ବ୍ୟାଗ ହଜିବା କଥା କହିଥିଲେ । ତା’ପରେ ଟଙ୍କା ଥିବା ବ୍ୟାଗଟି ତାଙ୍କର ବୋଳି ସାରିକ ଜାଣିଥିଲେ ।
ଏହାପରେ ବ୍ୟାଗଟି ଫେରାଇବା ପରେ ବ୍ୟକ୍ତି ଜଣକ ନିଜର ପରିଚୟ ଦେଇ ତାଙ୍କ ନାଁ ରବିଶଙ୍କର ଓ ସେ ଜଣେ କୃଷକ ବୋଲି କହିଥିଲେ । ତାଙ୍କର କ୍ୟାନସର ପୀଡିତ ପୁଅର ଚିକିସôା ପାଇଁ ଜମି ବିକ୍ରି କରି ଟଙ୍କା ନେଉଥିବା ବେଳେ ଅନ୍ୟମନସ୍କତା ଯୋଗୁଁ ବ୍ୟାଗ୍ ହଜାଇ ଦେଇଥିଲେ । ସାରିକଙ୍କ ଯୋଗୁଁ ତାଙ୍କ ଟଙ୍କା ଫେରିପାଇଥିବାରୁ ରବିଶଙ୍କର ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏନେଇ ସେ ୫୦ହଜାର ଟଙ୍କା ପୁରସ୍କାର ସ୍ୱରୂପ ଦେବାକୁ ଚାହିଁଥିଲେ ମଧ୍ୟ ସାରିକ ନେବା ପାଇଁ ମନା କରିଥିଲେ । ସେ ଏହି ଟଙ୍କାକୁ ପୁଅର ଚିକିତ୍ସାରେ ଲଗାଇବାକୁ କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0