spot_img

ଅଷ୍ଟପ୍ରହରୀକୁ ନେଇ ଗଣ୍ଡଗୋଳ

ଯାଜପୁର: ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ବାହାଦଲାପୁର ଗ୍ରାପର ସରିଫାବାଦ ଗ୍ରାମରେ ଗତ ୧୩ ତାରିଖ ରାତିରେ ଅଷ୍ଟପ୍ରହରୀକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ନୀଳମଣି ନାମରେ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ତାଙ୍କ ବୟସ ୨୫ ବର୍ଷ ଓ ସେ ମହେଶ୍ବର ଦଳେଇଙ୍କ ପୁଅ ବୋଲି ଜଣାଯାଇଛି। ପରିବାର ପକ୍ଷରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ମେଡିକାଲରୁ ଫେରିଲା ପରେ ଘରେ ମୃତ୍ୟୁ ହୋଇଛି । ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ। ଶବ ବ୍ୟବଛେଦ ପରେ ପ୍ରକୃତ କଥା ଜଣାପଡ଼ିବ। ପୁଲିସ କିଛି ଲୋକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular