ଆଜି ସକାଳେ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । କୁଆଖିଆ ଥାନା ଅଧୀନସ୍ଥ ଜାତୀୟ ରାଜପଥ-୨୦ ରେ । ବଡ଼ ଗୋବନ୍ଦପୁର ନିକଟରେ ସ୍କୁଟି ଆରୋହୀଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଖସି ପଳାଇଛି । ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଅରୁଣ କୁମର ବିଶ୍ୱାଳ। ଯାଜପୁର ସଦର ଥାନା ଅଧୀନ ଛତିଶ ଦେବିଲ ପଞ୍ଚାୟତ ରିଷିପୁର ବିଲସାହିର ସ୍ୱର୍ଗତ ନବଘନ ବିଶ୍ୱାଳଙ୍କ ପୁଅ ଅରୁଣ କୁମର ବିଶ୍ୱାଳ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ଆହତ ଅବସ୍ଥାରେ କୁଆଖିଆ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତରେ ଏକ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। କୁଆଖିଆ ଥାନାରେ ଅଭିଯୋଗ ହୋଇନଥିବା ବେଳେ ଖବର ପାଇ ମୃତକଙ୍କ ଗ୍ରାମରେ ଶୋକାକୁଳ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0