ଯାଜପୁର: ଶୁକ୍ରବାର ସକାଳେ ସଦର ଥାନା ଅନ୍ତର୍ଗତ କେତକିଆ ଛକ ନିକଟରେ ଟ୍ରକ ଚଢ଼ିଯିବାରୁ ‘ମର୍ଣ୍ଣିଙ୍ଗ ଓ୍ଵାକ’ରେ ଯାଉଥିବା ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଉଛନ୍ତି ବର୍ଷାରାଣୀ ଜେନା। ସକାଳେ ବାନ୍ଧବୀମାନଙ୍କ ସହ ସେ ‘ମର୍ଣ୍ଣିଙ୍ଗ ଓ୍ଵାକ’ରେ ଯାଉଥିଲେ। ଏହି ସମୟରେ ‘ଚିପ୍ସ୍’ ନେଇ ଆସୁଥିବା ଏକ ଟ୍ରକ ପଛପଟୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। କିନ୍ତୁ, ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ବର୍ଷାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ଯାଜପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତାଙ୍କର ମୃତୁ୍ୟ ହୋଇଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ଦୁର୍ଘଟଣାସ୍ଥଳରେ କାଠଗଡ଼ ପକାଇ ଉତ୍ତେଜିତ ଲୋକେ ରାସ୍ତାରୋକ କରିଛନ୍ତି। ସଦର ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାଶୁଝା କରାଉଛନ୍ତି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0