spot_img

ଜାତିଭିତ୍ତିକ ଟିପ୍ପଣୀ ଦେଇ ଗିରଫ ହୋଇଥିଲେ ଯୁବରାଜ ସିଂ

ଭାରତୀୟ କ୍ରିକେଟ ଜଗତ ଯେତେ ଦିନ ରହିବ ସେତେ ଦିନ ଯୁବରାଜ ସିଂ ଙ୍କ ନାମ ରହିବ | ନିଜ ଖେଳ ଯାଦୁ ବଳରେ ସେ ଦର୍ଶକ ମାନଙ୍କ ହୃଦୟରେ ଜାଗା ତିଆରି କରି ପାରିଛନ୍ତି | କିନ୍ତୁ ଶନିବାର ରାତିରେ ଯୁବରାଜ ସିଂଙ୍କୁ ଗିରଫ କରିଥିଲା ହରିୟାଣା ପୋଲିସ | ଗତ ଲକଡାଉନରେ ଯୁବରାଜ ସିଂ ରୋହିତ ଶର୍ମାଙ୍କ ସହ କ୍ରିକେଟର ଚହଲଙ୍କ ଜାତିକୁ ନେଇ ମନ୍ତବ୍ୟ ରଖିଥିଲେ | ତେବେ ଏ କଥା ସୋସିଆଲ ମିଡିଆରେ ଭାଇରାଲ ହେବ ପରେ ତାଙ୍କ ନା ରେ ଅଭିଯୋଗ ହୋଇଥିଲା | କିନ୍ତୁ ପରେ ତାଙ୍କୁ ଜମାନତ ମିଳିଥିବା ନେଇ ହରିୟାଣା ପୋଲିସ କହିଛି | ବର୍ତ୍ତମାନ ଏହି ମାମଲାକୁ ନେଇ ଯୁବରାଜ ସିଂ ଟ୍ୱିଟର ରେ ନିଜ ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ ଅନୁସୂଚିତ ଜାତିକୁ ନେଇ ତାଙ୍କ ମନରେ କୌଣସି ପ୍ରକାର ମତଭେଦ ନାହିଁ | ଆପତ୍ତିଜନକ ଟିପ୍ପଣୀ କରିବା ତାଙ୍କର ଚିନ୍ତାରେ ବାହାରେ | ସେ ସମସ୍ତଙ୍କୁ ସମ୍ମାନ କରନ୍ତି ଓ ସମସ୍ତଙ୍କୁ ସାହାଯ୍ୟ କରନ୍ତି |

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular