ମୁମ୍ବାଇ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ ବାପା ହେବାକୁ ଯାଉଛନ୍ତି । ଏନେଇ ଜାହିର ଓ ତାଙ୍କ ପତ୍ନୀ ସାଗରିକା ସାମାଜିକ ଗଣମାଧ୍ୟମରେ ସ୍ଫଷ୍ଟ କରିନଥିଲେ ମଧ୍ୟ ଏକ ପତ୍ରିକାରେ ଏପରି ଉଲ୍ଲେଖ କରାଯାଇଛି । ତେବେ ଦୁହିଁଙ୍କର ଘନିଷ୍ଠ ସାଙ୍ଗମାନେ ଏହାକୁ ସ୍ଫଷ୍ଟ କରିଥିବାର ସୂଚନା ମିଳିଛି । ଚଳିତ ବର୍ଷ ଆଇପିଏଲ ଯୋଗୁଁ ଏବେ ଜାହିର ପତ୍ନୀଙ୍କ ସହ ସଂୟୁକ୍ତ ରାଷ୍ଟ୍ର ଅମିରାତରେ ଅଛନ୍ତି । ଏହା ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ପିତା ମାତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଆସନ୍ତା ଜାନୁଆରୀ ମାସରେ ପତ୍ନୀ ଅନୁଷ୍କା ମା’ ହେବେ ବୋଲି ପତି ବିରାଟ ସୂଚନା ଦେଇଥିଲେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0