ନ୍ୟୁୟର୍କ: ଦେଶରୁ ଲକ୍ଷ ଲକ୍ଷ ବିଦେଶୀ ଶିକ୍ଷାର୍ଥୀଙ୍କୁ ବିଦା କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଟ୍ରମ୍ପ୍ ପ୍ରଶାସନ ରଦ୍ଦ କରିଛି। କରୋନାଭାଇରସ୍ ମହାମାରୀ କାରଣରୁ ଯେଉଁ ସ୍କୁଲ୍ ସବୁ କେବଳ ଅନ୍ଲାଇନ୍ କ୍ଲାସ୍ ଦେଉଛନ୍ତି ସେ ସ୍କୁଲରେ ନାମ ଲେଖାଇଥିବା ବିଦେଶୀ ଶିକ୍ଷାର୍ଥୀମାନେ ଯଦି ପ୍ରତ୍ୟକ୍ଷ ଶିକ୍ଷାଦାନ କରାଉଥିବା ଶିକ୍ଷାନୁଷ୍ଠାନକୁ ଟ୍ରାନ୍ସଫର ନ ହୁଅନ୍ତି, ସେମାନଙ୍କୁ ଦେଶ ଛାଡ଼ିବାକୁ ପଡ଼ିବ ବୋଲି ଗତ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ ଘୋଷଣା କରିଥିଲେ ଯୁକ୍ତରାଷ୍ଟ୍ର ଆମେରିକାର କଲେଜ ଓ ବିଶ୍ବବିଦ୍ୟାଳୟମାନଙ୍କରେ ଲକ୍ଷାଧିକ ବିଦେଶୀ ଶିକ୍ଷାର୍ଥୀ ଅଧ୍ୟୟନ କରନ୍ତି। ଦେଶର ଅନେକ ସ୍କୁଲ୍ ମଧ୍ୟ ବିଦେଶୀ ଛାତ୍ରଙ୍କ ଠାରୁ ମିଳୁଥିବା ଅର୍ଥରେ ନିର୍ଭର କରନ୍ତି। ଟ୍ରମ୍ପ୍ ପ୍ରଶାସନର ଏହି ନିୟମ ବିରୋଧରେ ହାର୍ଭାର୍ଡ ୟୁନିଭର୍ସିଟି ଏବଂ ମାସାଚୁସେଟ୍ସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ସମେତ ଅନେକ ଶିକ୍ଷା ପ୍ରତିଷ୍ଠାନ ଆଇନର ଆଶ୍ରୟ ନେଇଥିଲେ। ଏଭଳି ପଦକ୍ଷେପ ବେଆଇନ ଏବଂ ଏହା ସେମାନଙ୍କ ଶିକ୍ଷା ପ୍ରତିଷ୍ଠାନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ସେମାନେ ଯୁକ୍ତି ବାଢ଼ିଥିଲେ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0