spot_img

୧୨ କଲେଜ ଛାତ୍ରଛାତ୍ରୀ କରୋନା ପଜିଟିଭ

କଟକ: କଟକର ଏକ ଘରୋଇ କଲେଜରୁ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ସିଲ୍ ହେଲା କଲେଜ୍ । କଲେଜକୁ ୧୦ ଦିନ ପାଇଁ ବନ୍ଦ କରିଛି ସିଏମ୍ସି। ଏଥିସହ କଲେଜର ଅନ୍ୟ ଅଧ୍ୟାପକ, ଶିକ୍ଷକଙ୍କ ଟେଷ୍ଟ ଓ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯିବ । ଅନ୍ୟ ଜିଲ୍ଲାର ଜଣେ ଛାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ସେହି ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଙ୍କ ରିପୋର୍ଟ ପଜିଟିଭ୍ ଆସିଛି । କଲେଜରେ ୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ଘଟଣାରେ କଲେଜ ଓ ହଷ୍ଟେଲକୁ ୧୦ ଦିନ ପାଇଁ ବନ୍ଦ ନିର୍ଦ୍ଦେଶ ଦେଇଛି ସିଏମ୍ସି । ଗାଇଡଲାଇନ ଅନୁସାରେ ଚିହ୍ନଟ ଛାତ୍ରଛାତ୍ରୀଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ସିଏମସିର ସ୍ୱାସ୍ଥ୍ୟ ଅଧତ୍କାରୀ ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି । କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କ ଠାରେ ଲକ୍ଷଣ ଦେଖାଦେବା ପରେ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା ସେସବୁ ରିପୋର୍ଟ ପଜିଟିଭ୍ ଆସିବା ପରେ ସିଏମ୍ସିର ଚିନ୍ତା ବଢ଼ିଯାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular