spot_img

ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ

ନବରଙ୍ଗପୁର: ଯୁବକଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ଓ ରାସ୍ତାରୋକ । ନବରଙ୍ଗପୁରର ଉମରକୋଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ମହୁଲି ଗ୍ରାମର ଟଙ୍କଧର ପୂଜାରୀଙ୍କ ମୃତ୍ୟୁ କୁ ନେଇ ନବରଙ୍ଗପୁର ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି । ଟଙ୍କଧର ସକାଳୁ କାମ କରିବାକୁ ଯାଉଥିବା ବେଳେ ଏକ ବୋଲେରୋ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ସ୍ଥାନୀୟ ଲୋକେ ମୃତ ଶରୀରକୁ ପରିବାରକୁ ହସ୍ତାନ୍ତର କରିଥିଲେ । କିନ୍ତୁ ପରିବାର ଲୋକେ ଏବଂ ଗ୍ରାମବାସୀ ଉତ୍ୟକ୍ତ ହୋଇ ଆର୍ଥିକ ସହାୟତା ଦାବି କରି ମୃତ ଶରୀରକୁ ରଖି ରାସ୍ତା ଅବରୋଧ କରିଥିଲେ । ମୃତ ବ୍ୟକ୍ତିଙ୍କ ଛଅ ମାସର ଝିଅ ଏବଂ ବିଧବା ସ୍ତ୍ରୀକୁ ଆର୍ଥିକ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରାଯାଇଥିଲା । ପରେ ଘଟଣା ସ୍ଥଳରେ ଉମରକୋଟ ପୁଲିସ ପହଂଚି ଲୋକଙ୍କ ବୁଝାସୁଝା କରିଥିଲେ ମଧ୍ୟ ଅବରୋଧ ଜାରି ରହିଥିବା ଦେଖିବାକୁ ମଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular