ରାସ୍ତାରୁ ତଳକୁ ଭାରସାମ୍ୟ ହରାଇ ଖସିପଡ଼ିଲା ଆଳୁ ବୋଝେଇ ଟ୍ରକ୍। ଲୋକେ ବୋହି ନେଲେ ବସ୍ତା ବସ୍ତା ଆଳୁ। ଏହି ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରୀ ପୋଖରୀ ଠାରେ। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରଙ୍କ କିଛି ହୋଇନାହିଁ। ସେମାନେ ସୁରକ୍ଷିତ ଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଆଳୁ ବୋଝେଇ ଟ୍ରକ୍ଟି କୋଲକାତାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରୀ ପୋଖରୀ ଠାରେ ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ପଡ଼ିଥିଲା।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0