ଓଡିଶା ପ୍ରଦେଶ କଂଗ୍ରେସ ସଭାପତି କିଏ ହେବ ,ସେନେଇ ରାଜ୍ୟ ନେତାଙ୍କ ଭିତରେ ଆଦୌ ସହମତି ନାହିଁ । ନିର୍ବାଚନ ଭିତ୍ତିରେ ସଭାପତି ଚୟନ ଲାଗି କୌଣସି ଜଣେ ବି ନେତା ଏ ଯାଏ ଆଗ୍ରହ ଦେଖାଉନାହାନ୍ତି ।ବରଂ ପୁଣି ସେହି ପୁରୁଣା ଧାରାରେ ହାଇକମାଣ୍ତଙ୍କ ଆର୍ଶିବାଦକୁ ଆଖେଇ ରହିଛନ୍ତି ।ଯଦିଓ ଗାନ୍ଧି ପରିବାର ବିରୋଧରେ ଜାତୀୟସ୍ତରରେ ଖୋଲାଖୋଲି କିଛି ବରିଷ୍ଠ ନେତା ସାମ୍ନାକୁ ଆସିଲେଣି,ଯାହାକୁ ନେଇ କଂଗ୍ରେସ କାର୍ଯ୍ୟକାରିଣୀରେ ତୁମ୍ବିତୋଫାନ ଚାଲିଛି । ଯଦି ଦେଖିବା ପିସିସି ସଭାପତି ପରିବର୍ତ୍ତନ ନେଇ ଦୁଇଦିନ ହେଲା ଚାଲିଥିବା ଆଲୋଚନା ପରେ ରାଜନୈତିକ ମହଲ ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ଆଦୌ ଆଶାବାଦୀ ହୋଇପାରୁନାହାନ୍ତି । ଏଥିପାଇଁ ଯେ ଓଡିଶା କଂଗ୍ରେସର ଆବଶ୍ୟକତା କଣ ,ସେକଥା ସମ୍ଭବତ ରାଜ୍ୟ ନେତାମାନେ ଏଯାଏଁ ବୁଝିନାହାନ୍ତି । ଅନ୍ୟଥା ସଭାପତି ହେବା ପାଇଁ ଯେତିକି କସରତ ଚଲାଉଛନ୍ତି ସେତିକି ପରିଶ୍ରମ କରି ଯଦି ରାଜନୈତିକ ଗୋଟିଚାଳନା ହୁଅନ୍ତା ତେବେ ଦଳ ଆଗକୁ ବଢିବାରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତା ନାହିଁ । ଗୋଟିଏ ପଟେ ରାଜ୍ୟ କଂଗ୍ରେସ ନେତାମାନେ ବିଜେଡି ସହିତ ବିଜେପି ର ସଂର୍ପକ ଅଛି ବୋଲି କହି ଆକ୍ଷେପ କଲାବେଳେ ଅନ୍ୟପଟେ ରାଜ୍ୟର ବିରୋଧ ଆସନ ଖାଲି ଅଛି । ଦଳରେ ପରସ୍ପର ଗୋଡ ଭିଡାଭିଡି ଏପରି ଚାଲିଛିଯେ ଯେଉଁଥିରେ ୨୦୦୦ ମସିହା ବା ତାର ପୁର୍ବ ନିର୍ବାଚନରେ ରାଜନୀତି ଆରମ୍ଭ କରିଥିବା ନେତାଙ୍କ ଭବିଷ୍ୟତ ଏବେ ବିପଦ ଆଡକୁ ଚାଲିଆସିଲାଣି । ଏହାରି ଭିତରେ କିଏ ଥରେ ହେଉ କିଏ ଦୁଇଥର ଜିତିଛନ୍ତି । କିନ୍ତୁ ସରକାର ଦଳକୁ ଆସିପାରୁନଥିବା କାରଣରୁ ନେତାମାନେ ଓ ରାଜ୍ୟସ୍ତରରେ ସେମାନଙ୍କ ପ୍ରଭାବ ରଖିପାରିନାହାନ୍ତି । ସେହିପରି ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ସଂଗଠନ ଆଧାରରେ ଆଗକୁ ବଢୁଥିବା ନେତାଙ୍କ ବିଧାନସଭା ଓ ଲୋକସଭା ଯିବା ନିଶା ମଧ୍ୟ ଅଳ୍ପ ଦିନ ପରେ ଉତୁରି ଯାଉଛି ।କେଉଁଠି ବରିଷ୍ଠ ବାଟ ଛାଡୁନାହାଁନ୍ତି ତ ଆଉ କେଉଁଠି କଂଗ୍ରେସ ସଂଗଠନ ଏତେ ଦୁର୍ବଳ ସ୍ତରକୁ ଚାଲିଯାଉଛି ଯେ ପୁଣି ଥରେ ମୁଖ୍ୟ ସ୍ରୋତ କୁ ଆସିବା କାଠିକାର ପାଠ..



Visitors Today : 0
Total Visitors : 130166
Total Views : 9891611
Visitors Online Now : 0