ଜର୍ମାନ କ୍ଲବ ବେୟର୍ନ ମୁନିଚ ୟୁଇଏଫଏ ଚମ୍ଫିୟାନ ଲିଗ୍ ଟାଇଟେଲ ନିଜ ହାତକୁ ନେଇଛନ୍ତି । ଏହି ଦଳ ଲିସବନରେ ରବିବାର ଦିନ ପ୍ୟାରିସ ସେଣ୍ଟ ଜର୍ମାନ ୧-୦ ଗୋଲରେ ମାତ ଦେଇ ୬ଷ୍ଠ ଥର ପାଇଁ ଏହି ଟାଇଟଲ ନିଜ ହାତକୁ ନେଇଛନ୍ତି । ତେବେ ପ୍ରଥମ କରି ଫାଇନାଲରେ ପ୍ରବେଶ କରିଥିବା ପିଏସଜିର ଟାଇଟେଲ ଜିତିବାର ସ୍ୱପ୍ନ ଅଧାରେ ରହିଯାଇଛି । ତେବେ ଫାଇନାଲ ମୁକାବିଲାରେ ୨ଦଳ ମଧ୍ୟରେ ରୋମାଂଚକର ମ୍ୟାଚ ଦେଖିବାକୁ ମିଳିଥିଲା ଖେଳର ପ୍ରଥମାର୍ଦ୍ଦରେ ୦-୦ରେ ସ୍କୋର ରହିଥିଲା । ତେବେ ଦ୍ୱିତୀୟାର୍ଦ୍ଧରେ ବେୟନ ମୁନଚି ପକ୍ଷରୁ କିଙ୍ଗସଲୋ କୋମାନ ହେଡରରେ ୫୯ ମିନିଟରେ ଗୋଲ ଦେଇଥିଲେ । ତେବେ ଖେଳ ଶେଷ ହେବା ପରେ ୧-୦ ଗୋଲରେ ଆଗୁଆ ରହି ଟାଇଟଲ କାବୁ କରିଛି ବେୟନ.. ପ୍ରାୟ ୭ବର୍ଷ ପରେ ବେୟନ ଏହି ଟାଇଟଲ ଜିତିଥିଲା ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0