ବଲିଉଡ କୁଇନ କଙ୍ଗନା ରଣାୱତ ସବୁବେଳେ ବିନ୍ଦାସ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି | ଗୀତିକାର ଜାବେଦ ଅଖତର ମାନହାନୀ ମାମଲାରେ ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ମୁମ୍ବାଇର ଅନ୍ଧେରି କୋର୍ଟରେ ହାଜର ହୋଇଛନ୍ତି। କଙ୍ଗନା କୋର୍ଟରେ ହାଜର ହେବା ପରେ ଜାବେଦଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି। ଜାବେଦ ତାଙ୍କୁ ଜୋର ଜବରଦସ୍ତ ଏବଂ ଧମକ ଦେଇଥିବା ନେଇ ପଙ୍ଗା କୁଇନ୍ ଅଭିଯୋଗ କରିଛନ୍ତି। ବଲିଉଡ ଅଭିନେତ୍ରୀଙ୍କ ଓକିଲ ରିଜୱାନ ସିଦ୍ଦିକି କହିଛନ୍ତି, ‘ଜାଭେଦ ଅଖତର କଙ୍ଗନାଙ୍କୁ ଘରକୁ ଡାକି ଧମକ ଦେଇଥିଲେ .. କହିଥିଲେ ତୁମେ ଆତ୍ମହତ୍ୟା କରିବ .. ଆହୁରି ଅନେକ କଥା କହିଥିଲେ .. କିନ୍ତୁ କଙ୍ଗନା କିଛି କହି ନାହାଁନ୍ତି। ଏହା ବିରୋଧରେ ବର୍ତ୍ତମାନ କଙ୍ଗନା ମାମଲା ରୁଜୁ କରିଛନ୍ତି। ଏଥିସହ କୋର୍ଟ କାହିଁକି କଙ୍ଗନାଙ୍କୁ ବାରମ୍ବାର ଅଦାଲତରେ ହାଜର ହେବାକୁ କହୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଏହା ଜଣାଇବା ସତ୍ତ୍ୱେ କାହିଁକି ଗିରଫ ଧମକ ଦିଆଯାଉଛି ବୋଲି ତାଙ୍କ ଓକିଲ ପ୍ରଶ୍ନ କରିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0