ଗତକାଲି ବିଳମ୍ବିତ ରାତ୍ରିରେ ରାଜକନିକା କଣ୍ଟପଡା ବଜାରର ଦୀପକ ମୋବାଇଲ ନାମକ ଏକ ମୋବାଇଲ ଦୋକାନରୁ ଚୋରି ହୋଇଥିବା ଜଣାପଡିଛି । ଦୋକାନର ଆଜବେଷ୍ଟ ତାଡି ଚାରିଲକ୍ଷ ରୁ ଉର୍ଦ୍ଧ ଟଙ୍କାର ମୋବାଇଲ,ସରଞ୍ଜାମ ଓ କ୍ୟାସ ବକ୍ସ ଭାଙ୍ଗି ଦଶ ହଜାର ଟଙ୍କା ଚୋରି ହୋଇଥିବା ସିସି ଟିଭି ରେ କ ଏ ଦ ହୋଇଛି। ଆଜି ସକାଳୁ ଦୀପକ ମୋବାଇଲ ର ଓ ନ ର ଦୋକାନ ଖୋଲି ଦେଖିବା ପରେ ରାଜକନିକା ପୋଲିସ କୁ ଖବର ଦେଇଥିଲେ। ରାଜକନିକା ପୋଲିସ ସିସି ଟିଭି ଫୁଟେଜ କୁ ଆଧାର କରି ତଦନ୍ତ କରୁଥିବା ଜଣା ପଡ଼ିଛି। ତେବେ ପୋଲିସ ର ରାତ୍ରି କାଳୀନ ପେଟ୍ରୋଲିଙ୍ଗ ହେଉ ନଥିବାରୁ ବାରମ୍ବାର ରାଜକନିକା ଅଞ୍ଚଳର କଣ୍ଟପଡା ବଜାରରୁ ଚୋରି ହେଉଥିବା କୁହାଯାଉଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0