spot_img

ବିଦ୍ୟୁତ ଖୁଣ୍ଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଲା କଲମପୂର ବ୍ଲକ ଅନ୍ତର୍ଗତ ମିନାଗୁରା ଗ୍ରାମ ପଞ୍ଚୟତ ଭଇଁରୀ ଗ୍ରାମ ରେ ଶନିବାର ସକାଳେ ଘଟିଛି ଏକ ଅଘଟଣ । ଗ୍ରାମର ଜନୈକ ଯୁବକ ର ମୃତ ଶରୀର ଏକ ବିଦ୍ୟୁତ୍ ଖୁଣ୍ଟ ରେ ଓହଳି ଥିବା ଲୋକ ଦେଖିଥିଲେ । ଉକ୍ତ ମୃତ ଶରୀର ଗ୍ରାମ ର ନିଳାଞ୍ଚଳ ନାଏକଙ୍କ ୪୦ ବର୍ଷିୟ ପୁଅ ଗଜାନନ ର ବୋଲି ଚିହ୍ନଟ କରିବା ପରେ ତୁରନ୍ତ ପରିବାର ଲୋକ ବଡକୁଟୃ ପୁଲିସ୍ ଫାଣ୍ଡିରେ ଘଟଣା ସମ୍ପର୍କରେ ସୁଚନା ଦେଇଥିଲେ । ପୁଲିସ ଫାଣ୍ଡି ଅଧିକାରୀ ବି ନିଳମାଧବ ରେଡି ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି କଲମପୁର ଅଗ୍ନିଶମ ବିଭାଗ କୁ ଶବ ଉଦ୍ଧାର ପାଇଁ ସୁଚନା ଦେଇଥିଲେ । ଅଗ୍ନିଶମ ବିଭାଗ ର ଭାରପ୍ରାପ୍ତ ଅଧିକାରୀ ବିନୋଦ କେରକେଟା ଙ୍କ ନେତୃତ୍ବରେ ଅଗ୍ନିଶମ କର୍ମଚାରୀ ଶବକୁ ଉଦ୍ଧାର କରିଥିଲେ । ପୁଲିସ ଶବ କୁ ଜବତ କରିବା ସହ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟପଟ ପରିବାର ତରଫରୁ ମୃତକଙ୍କ ପତ୍ନୀ ଓ ପିତା ନୀଳାଞ୍ଚଳ ଯୋଜନା ବଦ୍ଧ ଭାବରେ ହତ୍ୟା କରିଥିବା ଗଣମାଧ୍ୟମ ଓ ପୋଲିସ ସମୁଖରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular