ବାଲିପାଟଣା: ଲୁଟି ନେଲେ ୧ ଲକ୍ଷ ୪୧ ହଜାର ଟଙ୍କା । କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଚୋରି, ଲୁଟ ଓ ରାହାଜାନୀ ବଢିବାରେ ଲାଗିଛି । ସୋମବାର ସିମେଣ୍ଟ ଦୋକାନରୁ ଟଙ୍କା ଆଦାୟ କରି ଫେରୁଥିବା ଜଣେ କର୍ମଚାରୀଙ୍କୁ କଟୁରୀ ଦେଖାଇ ୧ ଲକ୍ଷ ୪୧ ହଜାର ଟଙ୍କା ଲୁଟିନେଇଛନ୍ତି ଲୁଟେରା । ଝାରପଡା ଅଞ୍ଚଳରେ ଥିବା ସାଇ ଟ୍ରେଡ ଲିଙ୍କ ସଂସ୍ଥାର କର୍ମଚାରୀ ରାଜେଶ କୁମାର ବାଳକାଟୀର ଜଣେ ବ୍ୟବସାୟୀଙ୍କଠାରୁ ୧ ଲକ୍ଷ ୧୬ ହଜାର ଆଦାୟ କରିଥିଲେ । ଏଥି ସହିତ ଚଣାହଟ୍ଟାର ଜଣେ ବ୍ୟବସାୟୀଙ୍କଠାରୁ ୨୫ ହଜାର ଟଙ୍କା ଆଦାୟ କରି ଫେରୁଥିଲେ । ସାରାଟ ମନ୍ତୁରି ପୋଖରୀ ମଶାଣି ପାଖରେ ତାଙ୍କୁ ୨ ଜଣ ଦୁର୍ବୃତ୍ତଅକଟାଇଥିଲେ । ଅଣ୍ଟାରୁ କଟୁରୀ କାଢି ହାଣି ଦେବାର ଭୟ ଦେଖାଇ ରାଜେଶଙ୍କଠାରୁ ୧ ଲକ୍ଷ ୪୧ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ । ବାଲିପାଟଣା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଲୁଟେରା ଫେରାର ହୋଇଯାଇଥିଲେ । ପୁଲିସ ମାମଲା ରୁୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0