spot_img

୧୩ ବର୍ଷର ବାଳକକୁ ମରଣାତ୍ମକ ଆକ୍ରମଣ

ଜଳେଶ୍ୱର: ଜଣେ ୧୩ ବର୍ଷର ବାଳକକୁ ମରଣାତ୍ମକ ଆକ୍ରମଣ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାଡ ଗ୍ରାମରେ । ଘଟଣାରେ ନାବାଳକ ଗୁରୁତର ହୋଇ ଜି.କେ. ଭଟର ହସ୍ପିଟାଲରେ ମୃତୁ୍ୟ ସହ ସଂଗ୍ରାମ କରୁଛି । ଶେକ ସରିଫ ନାମକ ନାବାଳକକୁ ଉକ୍ତ ଗ୍ରାମର ତିନି ଜଣ ଯୁବକ ଗୋଟିଏ ଗଛରେ ବାନ୍ଧି ଖୁବ ପିଟାପିଟି କରିଛନ୍ତି । ଏଥି ସହିତ ମୁଣ୍ଡର ଚୁଟି କାଟି ତାକୁ ଅଧାଲଣ୍ଡା ମଧ୍ୟ କରିଦେଇଛନ୍ତି । ଘଟଣାର ଖବର ପାଇଁ ଗ୍ରାମବାସୀ ଓ ନାବାଳକର ମାଆ ନସୀମା ବିବି ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏନେଇ ନାବାଳକର ମାଆ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular