ଜେନିଭା: ସମଗ୍ର ପୃଥିବୀରେ ପ୍ରତି ୧୦ ଜଣରେ ଜଣେ କରୋନା ସଂକ୍ରମିତ ହୋଇଥାଇ ପାରନ୍ତି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ‘ବେଷ୍ଟ ଏଷ୍ଟିମେଟ୍ସ’ ବା ଆପାତତଃ ସଠିକ ଆକଳନରୁ ଜଣାପଡିଥିବା ଜରୁରୀକାଳୀନ ବିଭାଗର ମୁଖ୍ୟ ଡାକ୍ତର ମାଇକେଲ ରିୟାନ୍ କହିଛନ୍ତି । ସୋମବାର ଦିନ କୋଭିଡ୍-୧୯ ସଂକ୍ରାନ୍ତରେ ଆୟୋଜିତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ୩୪ ସଦସ୍ୟବିଶିଷ୍ଟ ଏକ୍ଜିକ୍ୟୁଟିଭ୍ ବୋର୍ଡ ବୈଠକରେ ଭାଷଣ ଦେବା ବେଳେ ଡାକ୍ତର ମାଇକେଲ୍ ରିୟାନ୍ କହିଲେ, ନଗରାଞ୍ଚଳ ଓ ଗ୍ରାମାଞ୍ଚଳ ଏବଂ ଭିନ୍ନ ଭିନ୍ନ ଗୋଷ୍ଠୀ ମଧ୍ୟରେ ଉପରୋକ୍ତ ଆକଳନ ସଂଖ୍ୟା ମେଳ ଖାଇ ନ ପାରେ, କିନ୍ତୁ ଏହାର ପ୍ରକୃତ ଅର୍ଥ ହେଉଛି ପୃଥିବୀର ବହୁଳାଂଶ ଜନତାଙ୍କ ପ୍ରତି ବିପଦ ରହିଛି। ୭୬୦ ନିୟୁତରୁ ଅଧିକ ଲୋକ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ବୋଲି କରାଯାଇଥିବା ଏହି ଆକଳନ ସାମ୍ପ୍ରତିକ ବିଶ୍ବ ଜନସଂଖ୍ୟା ୭.୬ ଶହ କୋଟି ଉପରେ ଆଧାରିତ। ଏହି ଆକଳନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଏବଂ ‘ଜନ୍ସ୍ ହପ୍କିନ୍ସ୍ ୟୁନିଭର୍ସିଟି’ ରଖିଥିବା ‘କନ୍ଫର୍ମଡ୍ କେସେସ୍’ ହିସାବ ଠାରୁ ଯଥେଷ୍ଟ ଅଧିକ। ସମ୍ପ୍ରତି ସମଗ୍ର ବିଶ୍ବରେ ୩୫ ନିୟୁତରୁ ଅଧିକ ‘କନ୍ଫର୍ମଡ୍ କେସେସ୍’ ଥିବା କଥା ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଏବଂ ‘ଜନ୍ସ୍ ହପ୍କିନ୍ସ୍ ୟୁନିଭର୍ସିଟି’ ହିସାବରୁ ଜଣାପଡ଼ିଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0